www.samajalive.in
Saturday, December 13, 2025
26.1 C
Bhubaneswar

ବିହାରରେ ବଡ଼ ଧରଣର ବିସ୍ଫୋରଣ, ୧୪ ଆହତ

ବିହାର: ଖାଗରିଆ ଜିଲ୍ଲାରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ୧୪ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୪ଜଶ ଶିଶୁ ରହିଥିବା ଜଣାପଡ଼ିଛି । ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ପୁଲିସ ସୂଚନା ଅନୁସାରେ ସମ୍ପୃକ୍ତ ୩ ଟି ବିସ୍ଫୋରଣ ହୋଇଥିଲା, ସେଥିମଧ୍ୟରୁ ୨ ଟି ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଖାଗରିଆ ଏସପି ଅମିତେଶ କୁମାର କହିଛନ୍ତି ଯେ ୨୦ ରୁ ୨୩ ଟି ଛୋଟ ବୋମା ତଳେ ପଡ଼ିଯିବା ପରେ ଏକ ବଡ଼ ବିସ୍ଫୋରଣ ଘଟିଥିବାର ଜଣେ ପ୍ରତ୍ୟକ୍ଷଦର୍ଶୀ ଦାବି କରିଛନ୍ତି ।

ସୂଚନାନୁସାରେ, ଗତକାଲି ଜଣେ ବ୍ୟକ୍ତି ଅପରାହ୍ନରେ ଅଳିଆ ଉଠାଇବା ପରେ ଘରେ ପହଞ୍ଚିଥିଲେ। ଅଳିଆ ଉଠାଇବାବେଳେ ସେ ମଥୁରପୁର ନିକଟ ଭୋକନା ବାହିୟାରରୁ ଏକ କାର୍ଟୁନ୍ ବୋମା ନେଇ ହାଟରେ ପହଞ୍ଚିଥିଲେ। ହାଟରେ ବାଉଁଶରେ ବୋମା ଭର୍ତ୍ତି ଏକ କାର୍ଟୁନ୍ ଟାଙ୍ଗିବାବେଳେ ସେ ତଳେ ପଡ଼ିଯାଇଥିଲେ। ଯେଉଁଥିପାଇଁ କାର୍ଟୁନରେ ରଖାଯାଇଥିବା ବୋମା ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ବହୁ ହୋକ ଆହତ ହୋିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ସ୍ଥାନୀୟ ଲୋକ କହିଛନ୍ତି ଯେ ୪ ଟି ବିସ୍ଫୋରଣ ହୋଇଛି। ଲୋକମାନେ କହିଥିଲେ ଯେ ପ୍ରଥମ ବିସ୍ଫୋରଣ ସାମାନ୍ୟ ଧ୍ୱନିରେ ଥିଲା, କିନ୍ତୁ ଶେଷ ବିସ୍ଫୋରଣ ଏତେ ଜୋରରେ ଥିଲା ଯେ ଯେଉଁଠାରେ ଅଳିଆ ଉଠାଯାଇଥିଲା ସେହି ସ୍ଥାନଟି ଉଡିଯାଇଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories