www.samajalive.in
Saturday, December 13, 2025
26.1 C
Bhubaneswar

ରୁଷ-ୟୁକ୍ରେନ ଯୁଦ୍ଧ ; ୟୁକ୍ରେନର ଏସୟୁ୨୭ ଜେଟ୍‍କୁ ଖସାଇଲା ରୁଷ

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଧିରେ ଧିରେ ଜଟିଳତା ଆଡକୁ ଗତି କରୁଛି।  ୟୁକ୍ରେନର ରାଷ୍ଟ୍ରପତିଙ୍କ କହିବାନୁଯାୟୀ, ରୁଷ ସେନା ଦ୍ୱାରା ଆକ୍ରମଣରେ ଏଯାଏଁ ୧୩୭ଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ୧୦ ସେନା ଅଧିକାରୀ ମଧ୍ୟ ସାମିଲ ରହିଛନ୍ତି। ଏହାସହ ଆକ୍ରମଣରେ ୩୧୬ ଜଣ ଆହତ ହୋଇଛନ୍ତି। ଏହାମଧ୍ୟରେ ଆମେରିକା ସୁରକ୍ଷା ଅଧିକାରୀ ଆଗାମୀ ୯୬ ଘଣ୍ଟାରେ କୀଭ୍‍ ଉପରେ ରୁଷ କବଜା କରିପାରେ ବୋଲି ଆଶଙ୍କା କରିଛନ୍ତି।
କିଭ୍‍ ରେ କବଜା କରିବା ପାଇଁ ରୁଷ ଲଗାତାର ଆକ୍ରମଣ କରୁଛି। ରୁଷ ସେନା ଭୋର ୪ଟାରୁ ଏଠାରେ ମିଶାଇଲ ଆକ୍ରମଣ କରୁଛି। ମିଳିଥିବା ଖବର ଅନୁଯାୟୀ, ରାଜଧାନୀ  କିଭ୍‍ ରେ ରୁଷ କ୍ରୁଜ ମିଶାଇଲ ୟୁକ୍ରେନର ଏସୟୁ୨୭(Su27 ) ଜେଟ୍‍କୁ ତଳକୁ ଖସାଇ ଦେଇଛି।
ଆମେରିକାର ପ୍ରତିରକ୍ଷା ଅଧିକାରୀଙ୍କ ଆଶଙ୍କା ଅନୁଯାୟୀ, ରୁଷ ସେନା କିଭ୍‍ର ନିକଟରେ ପହଞ୍ଚି ସାରିଛନ୍ତି। ମିଳୁଥିବା ସୂଚନାନୁଯାୟୀ, ରୁଷ ସେନା କିଭ୍‍ ଠାରୁ ୩୦ କିଲୋମିଟର ଦୂରରେ ରହିଥିଲେ। ଏହାମଧ୍ୟରେ ୟୁକ୍ରେନ ରୁଷ ଉପରେ ସାଇବର ଆକ୍ରମଣ କରି ଦେଇଛି। ରୁଷର ଅନେକ ୱେବସାଇଟ୍‍ ଠପ ହୋଇ ସାରିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories