www.samajalive.in
Sunday, December 14, 2025
26.1 C
Bhubaneswar

ଶ୍ୱଶୁରଙ୍କ ମୃତଦେହ ସତ୍କାର କରି ଫେରୁଥିବା ଗାଡି ଦୁର୍ଘଟଣା ଜ୍ୱାଇଁ ମୃତ, ସ୍ତ୍ରୀ ଝିଅ ଓ ନାତୁଣୀ ଗୁରୁତର

ବଲାଙ୍ଗିର/ଦେଓଗାଁ: ବରଗଡ଼-ବୋରିଗୁମା ଜାତୀୟ ରାଜପଥ ୨୬ ବଲାଙ୍ଗିର ଦେଓଗାଁ ରାସ୍ତାର ଘୁଚିପାଲି ଛକ ନିକଟରେ ଗୁରୁବାର ଅପରାହ୍ନ ୫ଟା ରେ ଏକ ଗାଡ଼ି ଦୁର୍ଘଟଣା ଗ୍ରସ୍ଥ ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି। ବଲାଙ୍ଗିର ପଟରୁ ଦ୍ରୁତ ଗତିରେ ଆସୁଥିବା ଏକ ମାରୁତି ସୁଇଫ୍ଟ କାର ଏକ ତେନ୍ତୁଳି ଗଛରେ ପିଟିହୋଇଯିବାରୁ ଗାଡ଼ିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ସଇତଳା ଥାନା ଅନ୍ତର୍ଗତ ଧରବଗଡ଼ ଗାଁ ରୁ ବଲାଙ୍ଗିର ସହରକୁ ଶ୍ୱଶୁରଙ୍କ ମୃତଦେହ ସଂସ୍କାର କାର୍ୟ୍ୟରେ ଯୋଗଦେବାକୁ ନିଜ ଝିଅ ଜ୍ୱାଇଁ, ନାତୁଣୀ ଓ ସ୍ତ୍ରୀକୁ ସାଙ୍ଗରେ ନେଇ ଯାଇଥିଲେ। କିନ୍ତୁ ଫେରୁଥିବା ସମୟରେ ଘୁଚିପାଲି ଛକ ନିକଟରେ ଗାଡ଼ି ଦୁର୍ଘଟଣା ହୋଇଥିଲା। ନିର୍ବାଚନ କାର୍ୟ୍ୟରୁ ଫେରୁଥିବା ୨ଟି ଗାଡ଼ିରେ ଆହତଙ୍କୁ ଭୀମ ଭୋଇ ଡାକ୍ତରଖାନାକୁ ଅଣାଯାଇଥିଲା। ବାଟରେ ସତ୍ୟନାରାୟଣ ବାରିକଙ୍କ ପରଲୋକ ହୋଇଯାଇଛି। ଦୁର୍ଘଟଣା ଗ୍ରସ୍ତଗାଡ଼ିକୁ ପୁଲିସ ଜବତ କରି ଏକ ଅପମୃତ୍ୟ ମାମଲା ରୁଜୁ କରି ତଦନ୍ତ କରୁଥିବା ଜଣାପଡିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories