www.samajalive.in
Wednesday, December 10, 2025
16.1 C
Bhubaneswar

ବୌଦ୍ଧରେ ବିଶ୍ୱ ମାତୃଭାଷା ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଯୋଗିନ୍ଦଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ତଥା ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ଅଧକ୍ଷତାରେ ବିଶ୍ୱ ମାତୃଭାଷା ଦିବସ ସୋମବାର ଦିନ ପାଳିତ ହୋଇଛି । ଶ୍ରୀ ଘିବେଲା ପ୍ରଥମେ ମାତୃଭାଷା ପ୍ରତି ଆଗ୍ରହ ରହିବା ସହିତ ଅନ୍ୟ ଭାଷାରେ ନିଜ ନିଜର ଦକ୍ଷତା ବଢାଇବା , ଭାଷାର ଦକ୍ଷତା ହାସଲ କଲେ ସମସ୍ତ ବିଷୟ ବୁଝିବାରେ ସହଜ ଓ ବୋଧଗମ୍ୟ ହୋଇଥାଏ ବୋଲି ମତ ବ୍ୟକ୍ତ କରିଥିଲେ । ବରିଷ୍ଠ ଶିକ୍ଷକ ଟଙ୍କଧର ସାହୁ ମାତୃଭାଷାରେ ଉଚ୍ଚ ଶିକ୍ଷାର ବ୍ୟବସ୍ଥା ମଧ୍ୟ ହେଲାଣି ବୋଲି ମତବ୍ୟକ୍ତ କରିଥିଲେ । ଶିଶୁର ବିକାଶରେ ମାତୃଭାଷାର ବିକାଶ ନେଇ ଏକ ବକୃତା ଓ କୁଇଜ ମାଧ୍ୟମରେ ପ୍ରତିଯୋଗିତା ହୋଇଥିଲା ।

ଏଥିରେ ବକୃତାରେ ପ୍ରଥମ ଗଣେଶ ସାହୁ, ଦିତୀୟ ଦେବୀ ପ୍ରସାଦ ସାହୁ, ଓ ତୃତୀୟ ପ୍ରିତମ କୁମାର ସାହୁ ହୋଇଥିଲେ । ସେହିପରି କୁଇଜରେ ଗଣେଶ ସାହୁ, ବିଶ୍ୱଭୁଷଣ ଗୁରୁ ଓ ଆୟୁଷ ବେହେରାଙ୍କୁ ପୁରସ୍କତ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ବିଜୟ କୁମାର ପ୍ରଧାନ, ସଞିବ କୁମାର ପ୍ରଧାନ, ବିଜୟ କୁମାର କ୍ଷେତି, ଅର୍ଚ୍ଚନା ମହାନ୍ତି, କୁମଦିନୀ ଦେବୀ, ସନ୍ଧ୍ୟାରାଣୀ ମିଶ୍ର, ମମତା ସାହୁ, ଶୁଭସ୍ମିତା ମେଣ୍ଡଳି, ମୀନାରାଣୀ ପଣ୍ଡା, ରଞ୍ଜିତ କୁମାର ରାଉତଙ୍କ ସମେତ ନବମ ଓ ଦଶମ ଶ୍ରେଣୀ ଛାତ୍ରମାନେ ଉପସ୍ଥିତ ଥିଲେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories