www.samajalive.in
Monday, December 8, 2025
13.1 C
Bhubaneswar

ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ୍‌ ଦଣ୍ଡାଦେଶ

ନୂଆଦିଲ୍ଲୀ: ଗୋଖାଦ୍ୟ ଦୁର୍ନୀତି ମାମଲାରେ ପୁଣି ଲାଲୁଙ୍କୁ ଜେଲ ଦଣ୍ଡାଦେଶ । ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କୁ ଆଉ ୫ ବର୍ଷ ଜେଲ ଦଣ୍ଡାଦେଶ ମିଳିଛି । ରାଞ୍ଚି ସିବିଆଇ କୋର୍ଟ ଏନେଇ ରାୟ ଶୁଣାଇଛନ୍ତି । ଲାଲୁଙ୍କୁ ଗୋଖାଦ୍ୟ ଦୁର୍ନୀତିର ପଞ୍ଚମ ମାମଲାରେ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଏଥି ସହ ତାଙ୍କୁ ୬୦ ଲକ୍ଷ ଜରିମାନା ଦେବାକୁ ମଧ୍ୟ କୋର୍ଟ କହିଛନ୍ତି । ପୂର୍ବରୁ ମଧ୍ୟ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିଲେ । ୪ ମାମଲାରେ ୧୪ ବର୍ଷ ଜେଲ ଭୋଗୀଥିଲେ ଲାଲୁ । ଏହି ଘୋଟାଲାରେ ଅନେକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଥିଲା । ୧୯୯୦-୯୨ ମଧ୍ୟରେ ଏହି ଘଟଣା ଘଟିଲା । ଏହି ଘଟଣାରେ କିଛି ଅଧିକାରୀ ଓ ନେତାମାନଙ୍କ ମଧ୍ୟ ସମ୍ପୃକ୍ତି ରହିଥିଲା ।

- Advertisement -

ଘଟଣାକୁ ନେଇ ସିବିଆଇ ମଧ୍ୟ ତାର ପ୍ରତିକ୍ରିୟା ରଖିଛି । ସିବିଆଇ କହିଛି ଏହି ଘଟଣାରେ ସମସ୍ତ ମନ୍ତ୍ରୀ ଓ କର୍ମଚାରୀଙ୍କ ସମ୍ପୃକ୍ତି ରହିଛି । ଏହା ଗୋଟିଏ ବଡ଼ ଷଡଯନ୍ତ୍ର ମାମଲା । ରାଜ୍ୟର କିଛି ନେତା, କର୍ମଚାରୀ ଏବଂ ବ୍ୟବସାୟୀମାନଙ୍କ ଏଥିରେ ସମ୍ପୃକ୍ତି ରହିଛି ।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories