www.samajalive.in
Monday, December 8, 2025
24.1 C
Bhubaneswar

କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ:୭୭୦ ବୁଥରେ ୨ଲକ୍ଷ ୬୪ହଜାର ୫୭୪ ଭୋଟର, ୭୬୪ ପ୍ରାର୍ଥୀଙ୍କ ଭାଗ୍ୟ ହେବ ପରୀକ୍ଷା

ବଲାଙ୍ଗିର/କଣ୍ଟାବାଞ୍ଜି/ମୁରିବାହାଲ: ବଲାଙ୍ଗିର ଜିଲାର କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଙ୍ଗୋମୁଣ୍ଡା, ମୁରିବାହାଲ ଓ ତୁରେକେଲା ପଞ୍ଚାୟତ ସମିତିରେ ରବିବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ସବୁପ୍ରକାର ପ୍ରସ୍ତୁତି ଶେଷ ହୋଇଯାଇଛି। ୭୭୦ ବୁଥରେ ୨ଲକ୍ଷ ୬୪ହଜାର ୫୭୪ ଭୋଟର ମତଦାନ ସାବ୍ୟସ୍ତ କରିବେ। ଆଉ ବିଭିନ୍ନ ପଦ ପାଇଁ ୭୬୪ଜଣ ଆଶାୟୀ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ଆସନ୍ତାକାଲି ହେବାକୁ ଥିବା ବେଳେ ପ୍ରାର୍ଥୀମାନେ ନିଜ ସପକ୍ଷରେ ଭୋଟ ହାତେଇବାକୁ କୌଣସି ସୁଯୋଗ ହାତଛଡ଼ା କରୁ ନାହାନ୍ତି।
ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତିରେ ଶନିବାର ୩୦୪ ବୁଥ ପାଇଁ ୩୩୪ ପ୍ରିଜାଇଡିଂ ଅଧିକାରୀ ଓ ୬୬୮ ପୋଲିଂ ଅଧିକାରୀଙ୍କୁ ବାଲେଟ୍ କାଗଜ ଓ ଅନ୍ୟାନ୍ୟ ଆନୁସଙ୍ଗିତ ସାମଗ୍ରୀ ହସ୍ତାନ୍ତର କରାଯାଇଛି। ସୁରକ୍ଷା ପାଇଁ ପୁଲିସ କର୍ମଚାରୀଙ୍କୁ ପଠାଯାଇଛି। ୨୨ଟି ସମ୍ବେଦନଶୀଳ ଓ ୨୬ଟି ଅତି ସମ୍ବେଦନଶୀଳ ବୁଥ ରହିଥିବା ବେଳେ ୯୭ହଜାର ୫୮୯ ଭୋଟର ମତଦାନ କରିବେ ବୋଲି ସୂଚନା ମିଳିଛି।

ଜିଲା ପରିଷଦ ଆସନ ୨୦, ୨୧ ଓ ୨୨ରେ ୯ଜଣ ପ୍ରାର୍ଥୀ ରହିଛନ୍ତି। ସେହିପରି ୨୬ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ଯଥାକ୍ରମେ ୧୧୯ ସରପଞ୍ଚ ଓ ୧୧୪ ସମିତି ସଭ୍ୟ ପ୍ରାର୍ଥୀ ରହିଛନ୍ତି। ଏଥିସହିତ ମୁରିବାହାଲ ପଞ୍ଚାୟତ ସମିତିର ୨୨ଟି ପଞ୍ଚାୟତରେ ୨୫୧ଟି ବୁଥରେ ୯୫ହଜାର ୨୫ ଜଣ ମତଦାତା ଭୋଟ ଦେବେ। ଏଠାରେ ୨୭୬ ପ୍ରିଜାଇଡିଂ ଓ ୫୫୨ ପୋଲିଂ ଅଧିକାରୀଙ୍କ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଜିଲା ପଞ୍ଚାୟତ କାର୍ଯ୍ୟାଳୟର ସୂଚନା ଅନୁସାରେ ୨୦ଟି ସମ୍ବେଦନଶୀଳ ଓ ୧୫ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି। ଜିଲା ପରିଷଦ ଆସନ ୨୭, ୨୮ ଓ ୨୯ରେ ୧୦ଜଣ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଆଉ ମୁରିବାହାଲ ପଞ୍ଚାୟତ ସମିତିର ୩ଟି ପଞ୍ଚାୟତର ସରପଞ୍ଚ ନିଦ୍ୱନ୍ଦ୍ୱରେ ବିଜୟୀ ହୋଇଛନ୍ତି। ତେଣୁ ୯୦ ଜଣ ଲେଖାଏଁ ସରପଞ୍ଚ ଓ ସମିତି ସଭ୍ୟ ଆଶାୟୀ ପ୍ରାର୍ଥୀ ରହିଛନ୍ତି। ଆଉ ତୁରେକେଲା ପଞ୍ଚାୟତ ସମିତିରେ ୨୧୫ ବୁଥ୍ରେ ୭୧ହଜାର ୯୬୧ ଭୋଟର୍ ରହିଛନ୍ତି। ୨୩୬ ପ୍ରିଜାଇଡିଂ ଓ ୪୭୩ ପୋଲିଂ ଅଧିକାରୀଙ୍କୁ ବିଭିନ୍ନ ବୁଥ୍କୁ ପଠାଯାଇଛି। ୧୯ଟି ପଞ୍ଚାୟତ ବିଶିଷ୍ଟ ତୁରେକେଲାରେ ୧୦ ଓ ୧୧ ନମ୍ବର ଜିଲା ପରିଷଦ ଆସନରେ ୮ଜଣ ପ୍ରାର୍ଥୀ, ୯୬ ସରପଞ୍ଚ ଓ ୧୧୩ଜଣ ସମିତି ସଭ୍ୟ ଆଶାୟୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories