www.samajalive.in
Monday, December 8, 2025
24.1 C
Bhubaneswar

ତୃତୀୟ ପର୍ଯ୍ୟାୟ ନିର୍ବାଚନ, ୬୧୭ ପ୍ରାର୍ଥୀଙ୍କ ଭାଗ୍ୟ ହେବ ନିର୍ଦ୍ଧାରଣ

ବୌଦ୍ଧ: ବୌଦ୍ଧ ଜିଲାରେ ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ୨୦ ତାରିଖରେ ହେବାକୁ ଯାଉଥିବାବେଳେ ଏଥିରେ ବୌଦ୍ଧ ନିର୍ବାଚନ ମଣ୍ଡଳୀ ହରଭଙ୍ଗା ବ୍ଲକ ଅଧିନସ୍ଥ ତିନୋଟି ଜୋନରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ତେବେ ପ୍ରଥମ ଦୁଇଟି ପର୍ଯ୍ୟାୟରେ ବିଜେଡି ଓ ବିଜେପି ମଧ୍ୟରେ ଛକା ପଞ୍ଝାରେ ହୋଇଥିଲା। ଏଠାରେ ଉଭୟ ଦଳ ବିଭିନ୍ନ ଆସନରେ ବିଜୟ ନେଇ ଦାବି ରଖୁଥିବାବେଳେ ତୃତୀୟ ପର୍ଯ୍ୟାୟରେ ହେବାକୁଥିବା ତିନୋଟି ଆସନକୁ ବିଜେଡି କ୍ଲିନ ସୁଇପ ଲକ୍ଷ୍ୟରେ ରହିଛି। ଗତଥର ଅଧିକ ଆତ୍ମବିଶ୍ୱାସ ଯୋଗୁଁ ୭ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ପରାଜିତ ହେବାପରେ ଏଥର ଦଳ ଏଠାରୁ ହରଭଙ୍ଗା ବ୍ଳକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ଅନ୍ୟପଟେ ବିଜେପି ଏଠାରୁ ଚାଷୀ ନେତା ସୂର୍ଯ୍ୟ ନାରାୟଣ ମହାପାତ୍ରଙ୍କୁ ପ୍ରାର୍ଥୀ କରାଇ ଦଳ ପାଇଁ ସମ୍ମାନର ଲଢେଇ ଭାବରେ ମଇଦାନକୁ ଓହ୍ଲାଇଛି। ସେହିପରି କଂଗ୍ରେସ ଏଠାରୁ ମଥୁରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରୋହିତାଶ୍ୱ ବେହେରାଙ୍କୁ ପ୍ରାର୍ଥୀ କରିଛି। ତିନିଦଳ ମଧ୍ୟରେ ଏହି ଆସନ ପାଇଁ ବଳ କଷାକଷି ହେବା ସହିତ ଭୋଟରଙ୍କୁ ନିଜ ସପକ୍ଷକୁ ଆଣିବା ପାଇଁ ସବୁ ପ୍ରକାର ଉଦ୍ୟମ ଜାରି ରହିଛି।

ଏହାବ୍ୟତୀତ ୮ ଓ ୯ ନମ୍ବର ଜୋନରେ ବିଜେଡି ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ରହିଥିବାବେଳେ ବିଜେଡି ଉଭୟ ଆସନ ବହୁ ଭୋଟରେ ଦଖଲ କରିବା ଲକ୍ଷରେ ରହିଛି। ତେବେ କେଉଁଦଳ ଭୋଟରଙ୍କ ମନ ଜିଣିବାରେ ସମର୍ଥ ହୋଇପାରିବ ତାହା ୨୦ ତାରିଖରେ ଚୂଡାନ୍ତ ମତଦାନ ପରେ ସ୍ପଷ୍ଟ ହୋଇଯିବ।
ମିଳିଥିବା ସୂଚନା ମୁତାବକ ୩୦୦ ଗୋଟି ମତଦାନ କେନ୍ଦ୍ର ପାଇଁ ୧୦୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବାବେଳେ ୨୦ ଜଣ କର୍ମଚାରୀଙ୍କୁ ରିଜର୍ଭ ଭାବରେ ରଖାଯାଇଛି। ଏଥିସହିତ ପ୍ରତ୍ୟେକ ବୁଥ ପାଇଁ ଜଣେ ଲେଖାଏଁ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ମତ ସଂଗ୍ରହ ପାଇଁ ନିୟୋଜିତ କର୍ମଚାରୀମାନେ ପୁଲିଂ ବୁଥ ଗୁଡିକରେ ପହଞ୍ଚି ସାରିଥିବାବେଳେ ସକାଳ ୭ଟାରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ କରାଯିବ ବୋଲି ଜଣାପଡିଛି। ନିର୍ବାଚନ ପରିଚାଳନା ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିବାବେଳେ ୩୫ ଜଣ ଏସଆଇ ଓ ଏଏସଆଇ ଏବଂ ୧୧ ଜଣ ଡିଏସପି ଓ ଇନିସପେକ୍ଟର ର୍ୟାଙ୍କର ଅଧିକାରୀଙ୍କୁ ନିୟାଜିତ କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories