www.samajalive.in
Wednesday, December 10, 2025
16.1 C
Bhubaneswar

ସ୍ୱଳ୍ପ ସଞ୍ଚୟ ଯୋଜନା ସୁଧହାର ବଢ଼ିଲା

ନୂଆଦିଲ୍ଲୀ : ସ୍ୱଳ୍ପ ସଞ୍ଚୟକାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ଗୁରୁବାର କେତେକ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାରରେ ୪୦ ବେସିସ୍‍ ପଏଣ୍ଟ ବା ୦.୪% ବୃଦ୍ଧି କରିଛନ୍ତି। ଚଳିତ ବର୍ଷର ତୃତୀୟ ତ୍ରୈମାସ ଅର୍ଥାତ୍‍ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଏହି ସଂଶୋଧିତ ସୁଧ ଲାଗୁ ହେବ। ବ୍ୟାଙ୍କଗୁଡିକରେ ବିଭିନ୍ନ କ୍ଷୁଦ୍ର ସଞ୍ଚୟ ଯୋଜନାରେ ସୁଧହାରରେ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ସ୍ୱଳ୍ପ ସଞ୍ଚୟ ଯୋଜନାଗୁଡିକର ସୁଧହାରରେ ଏହି ବୃଦ୍ଧି କରାଯାଇଛି। ଏଥିରେ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‍), ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନ୍‍ଏସ୍‍ସି), ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ଡାକଘର ଅବଧି ଜମା ଆଦି ଅନ୍ତର୍ଭୁକ୍ତ। ଚଳିତମାସ ୧୯ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ, ବିଭିନ୍ନ ସ୍ୱଳ୍ପ ସଞ୍ଚୟ ଯୋଜନାର ସୁଧହାରରେ ୩୦ରୁ ୪୦ ବେସିସ୍‍ ପଏଣ୍ଟ(୧% ପଏଣ୍ଟ ୧୦୦ ବେସିସ୍‍ ପଏଣ୍ଟ ସହ ସମାନ) ବୃଦ୍ଧି କରାଯାଇଛି। ଏହି ଅନୁଯାୟୀ,୧ବର୍ଷ, ୨ବର୍ଷ ଏବଂ ୩ ବର୍ଷ ଅବଧି ବିଶିଷ୍ଟ ଜମା ସୁଧହାରରେ ୩୦ ବେସସ୍‍ ପଏଣ୍ଟ ବୃଦ୍ଧିି କରାଯାଇଛି। ତେବେ ୫ବର୍ଷିଆ ସୁକନ୍ୟା ସମୃଦ୍ଧିି ଯୋଜନା ଏବଂ ପିପିଏଫ୍‍ର ଜମା ସୁଧହାରରେ ୪୦ ବେସିସ୍‍ ପଏଣ୍ଟ ବୃଦ୍ଧି ହୋଇଛି। ଏହି ବୃଦ୍ଧିିି ପରେ ପିପିଏଫ୍‍ ଏବଂ ଏନ୍‍ଏସ୍‍ସିରେ ୮%, ସୁକନ୍ୟା ସମୃଦ୍ଧିିରେ ୮.୫%, ବରିଷ୍ଠ ନାଗରିକ ସଞ୍ଜୟ ଜମା ଉପରେ ୮.୭% ସୁଧ ହାର ଉପଲବ୍ଧ ହେବ। ଅନ୍ୟପକ୍ଷରେ ଡାକଘର ସଞ୍ଚୟ ଖାତା ଜମା ଉପରେ ସୁଧହାର ୪%ରେ ଅପରିବର୍ତ୍ତିତ ରଖାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories