www.samajalive.in
Sunday, December 14, 2025
23.1 C
Bhubaneswar

ମନ୍ଦାର ହତ୍ୟା ମାମଲା, ‘ଆଦୃତ’ରେ ଅନାଥ ୨ପୁଅଙ୍କୁ ମିଳିବ ଆଶ୍ରୟ

ବଲାଙ୍ଗିର: ଗତ ସୋମବାର ସନ୍ଧ୍ୟାରେ ରୋଷେୟା ମାନସ ମିଶ୍ରକୁ ବକେୟା ପାଉଣା ମାଗିଥିଲେ ସହଯୋଗୀ ମହିଳା ଶ୍ରମିକ ମନ୍ଦାର ଧରୁଆ। ଆନନ୍ଦ ନଗର ସ୍ଥିତ ଭଡା ଘରକୁ ମନ୍ଦାର ଆସୁଥିବା ବେଳେ ରୋଷେୟା ମାନସ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଜୀବନ ବିକଳରେ ପ୍ରାୟ ଶହେ ମିଟର(ଘର ଯାଏଁ)ଦୌଡିଥିଲେ। ସ୍ଥାନୀୟ ଲୋକେ ଉଦ୍ଧାର କରି ଭୀମ ଭୋଇ ଡାକ୍ତରଖାନାକୁ ଆଣିଥିଲେ। ସେଠାରୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ମଙ୍ଗଳବାର ରୋଷେୟା ଗିରଫ ହୋଇଥିଲା ଓ ରାତିରେ ମନ୍ଦାରଙ୍କ ମୃତ୍ୟୁ ହୋଇଥିଲା। ଯୁକ୍ତ ଦୁଇ ଓ ଦଶମରେ ପଢୁଥିବା ପୁଅ ଗୋପି ଓ କିଷନ ଅନାଥ ହେଇଥିଲେ।

 

- Advertisement -

ଏ ଖବର ‘ସମାଜ ପୋର୍ଟାଲ’ରେ ପ୍ରକାଶିତ ହେବା ସହ ସାମାଜିକ ସଂଗଠନ ତାଙ୍କୁ ସହାୟତା କରିବାକୁ ଆଗେଇ ଆସିଥିଲେ। ନାରୀ ଶକ୍ତି ଫାଉଣ୍ଡେସନ ତଥା ସଂଗଠନ ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲେ। ଶୁକ୍ରବାର ଜିଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଲଷ୍ମୀ ସିଂ ଏବଂ ଶିଶୁ ୟୁନିଟର ସହକାରୀ ଅରୁଣ ଖୁଆସ ଆନନ୍ଦ ନଗର ଠାରେ ନାରୀ ଶକ୍ତିର କିଛି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଗୋପି ଓ କିଷନଙ୍କୁ ଭେଟିଥିଲେ। ତାଙ୍କର ସୁରକ୍ଷା ଏବଂ ଉଜ୍ଜଳ ଭବିଷ୍ୟତ ପାଇଁ ତାଙ୍କର ଥଇଥାନ ଆଦୃତରେ କରାଯିବ ବୋଲି ଅଧିକାରୀ କହିଛନ୍ତି l ସ୍ବର୍ଗତା ମନ୍ଦାର ଧାରୁଆଙ୍କ ଶୁଦ୍ଧିକ୍ରିୟା ସମସ୍ତ ଖର୍ଚ୍ଚ ରେଡକ୍ରସ ବହନ କରିବ ବୋଲି ମଧ୍ୟ କହିଛନ୍ତି l

Hot this week

କଟକରେ ପହଞ୍ଚିଲେ ମୁଖ୍ୟ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories