ଗଜପତି ମହାରାଜା ଦିବ୍ୟସିଂହ ଦେବ କୋଭିଡ ପଜିଟିଭ, କାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ

ଭୁବନେଶ୍ବର: ଗଜପତି ମହାରାଜା ଦିବ୍ୟସିଂହ ଦେବ କୋଭିଡ ପଜିଟିଭ ହୋଇଥିବା ସୂଚନା ମିଳିଛି। ଆଜି ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କୋଭିଡ ପଜିଟିଭ ହୋଇଥିବା ପ୍ରେସ ରିଲିଜ ଜରିଆରେ ଗଜପତିଙ୍କ ବ୍ୟକ୍ତିଗତ ସଚିବ ସ୍ପଷ୍ଟ କରିଛନ୍ତି।

 

prayash

ଗଜପତିଙ୍କ ସଚିବ ପ୍ରେସ ରିଲିଜ ଜରିଆରେ ସୂଚନା ଦେଇଛନ୍ତି ଯେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ କୋଭିଡ ଆରଟିପିସିଆର ଟେଷ୍ଟ କରାଯାଇଥିଲା। ତାଙ୍କର ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଗଜପତିଙ୍କ କୌଣସି ଲକ୍ଷଣ ନାହିଁ, ସ୍ବାସ୍ଥ୍ୟଗତ ସମସ୍ୟା ନାହିଁ। ଆସନ୍ତାକାଲି ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ କାର୍ଯ୍ୟକ୍ରମରେ ଭାଗ ନେବେ ନାହିଁ ।

kalyan agarbati

Comments are closed.