www.samajalive.in
Friday, December 12, 2025
15.1 C
Bhubaneswar

ବଚ୍ଚନ ପାଣ୍ଡେ ଟ୍ରେଲର: ପ୍ରଥମ ଥର ପାଇଁ ଭୟଙ୍କର ଅବତାରରେ ଅକ୍ଷୟ

ମୁମ୍ବଇ: ଅକ୍ଷୟ କୁମାର ଅଭିନୀତ ଆଗାମୀ ଚଳଚ୍ଚିତ୍ର ‘ବଚ୍ଚନ ପାଣ୍ଡେ’ର ଟ୍ରେଲର ଶୁକ୍ରବାର ରିଲିଜ୍‌ ହୋଇଛି। ଏହି ଟ୍ରେଲରରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଫିଲ୍ମରେ ତାଙ୍କ ସହ ଅରଶଦ ୱାରସୀ, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍‌ ଓ କୃତି ସେନନ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ହୋଲିରେ ପ୍ରେକ୍ଷାଳୟକୁ ଆସିବ ଏହି ଚଳଚ୍ଚିତ୍ର।

ଫିଲ୍ମରେ ଅକ୍ଷୟ ଜଣେ ଗୁଣ୍ଡା ଭୂମିକାରେ ଅଭିନୟ କରିଛନ୍ତି। ଅପରପକ୍ଷେ କୃତି ସେନନ ଜଣେ ଚଳଚ୍ଚିତ୍ର ନିର୍ମାତା ସାଜିଛନ୍ତି ଓ ସେ ବଚ୍ଚନ ପାଣ୍ଡେ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି। ଏଥିପାଇଁ ସେ ତାଙ୍କ ବନ୍ଧୁ ଅରଶଦ ୱାରସୀଙ୍କ ସାହାଯ୍ୟ ଲୋଡ଼ୁଛନ୍ତି। ଅରଶଦ ତାଙ୍କୁ ଜଣେ ଗୁଣ୍ଡା ଉପରେ ଫିଲ୍ମ ନିର୍ମାଣ କରିବାକୁ ମନା କରୁଛନ୍ତି। ସେ କୃତିଙ୍କୁ କହୁଛନ୍ତି, ‘ସେ ହେଉଛି ରାବଣ, ଯାହାର ହୃଦୟ ଓ ଆଖି ଦୁଇଟି ଯାକ ପଥର’। ଟ୍ରେଲରରେ ଅକ୍ଷୟଙ୍କ ଭୟଙ୍କର ରୂପ ସାଙ୍ଗକୁ ଦମ୍‌ଦାର୍‌ ସଂଳାପ ମଧ୍ୟ ଶୁଣିବାକୁ ମିଳିଛି। ପଙ୍କଜ ତ୍ରିପାଠୀ ଚଳଚ୍ଚିତ୍ରରେ ଗୁରୁଜୀ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡିସ୍ ବଚ୍ଚନ ପାଣ୍ଡେର ପ୍ରେମିକା ସୋଫୀ ଭୂମିକାରେ ଅବତ୍ତୀର୍ଣ୍ଣ, ଯାହାକୁ ବଚ୍ଚନ ପାଣ୍ଡେ ମାରି ଦେଇଛି।

- Advertisement -

 

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories