www.samajalive.in
Friday, December 12, 2025
27.1 C
Bhubaneswar

ରେଡ୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଶ୍ରବଣ –ବାକ୍ ଶକ୍ତି ବାଧିତ ବ୍ୟକ୍ତିଙ୍କ ପାଇଁ ନିଃଶୁଳ୍କ ଚିକିତ୍ସା ସେବା

ଭୁବନେଶ୍ୱର: ରାଜ୍ୟର ଅଗ୍ରଣୀ ସମାଜସେବା ପ୍ରତିଷ୍ଠାନ ରେଡ଼୍ ସ୍ୱସ୍ତିକ୍ ସୋସାଇଟି ପକ୍ଷରୁ ଓଡ଼ିଶାରେ ପ୍ରଥମଥର ପାଇଁ ଆର୍ଥିକ ଅନଗ୍ରସର ଶ୍ରବଣ-ବାକ୍ ଶକ୍ତିବାଧିତ ବ୍ୟକ୍ତିମାନଙ୍କ ପାଇଁ ନିଶୁଳ୍କ ଚିକିତ୍ସା ସେବାର ଶୁଭାରମ୍ଭ କରାଯାଇଛି। ଉକ୍ତ ସେବା ଦ୍ୱାରା ଦାରିଦ୍ର ସୀମାରେଖା ତଳେ ରହୁଥିବା ଶ୍ରବଣ-ବାକ୍ ଶକ୍ତି ବାଧିତ ବ୍ୟକ୍ତିମାନେ ନିଜର କର୍ଣ୍ଣ ଓ ବାକ୍ ପରୀକ୍ଷା, ଅସ୍ତ୍ରୋପଚାର ଏବଂ କର୍ଣ୍ଣଯନ୍ତ୍ର ଇତ୍ୟାଦି ସେବା ସଂପୂର୍ଣ୍ଣ ରୂପେ ମାଗଣାରେ ପାଇପାରିବେ। ଭୁବନେଶ୍ୱର ଆଇଆର୍ସି ଭିଲେଜ୍ ସ୍ଥିତ କମ୍ୟୁନିଟି ହଲଠାରେ ରେଡ ସ୍ୱସ୍ତିକ୍ ସୋସାଇଟି ଓଡ଼ିଶା ଶାଖା ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳିର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ଏହି ଚିକିତ୍ସା ସେବାର ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବରେ ରାଜ୍ୟ କମିଶନର, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସୁଲୋଚନା ଦାସ, ଭାରତ ସରକାରଙ୍କ ଅଲ୍ଲୀ ୟାବର ଜଙ୍ଗ୍ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ୍ ସ୍ପିଚ୍ ଆଣ୍ଡ୍ ହିଅରିଂ ଡିଜାବିଲିଟିର ସହ-ନିର୍ଦ୍ଦେଶକ ଲାନୁବଏ ଆଇମୋ, ପ୍ରଫେସର ଦିଲ୍ଲୀପ ମହାପାତ୍ର, ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଶରତ ଚନ୍ଦ୍ର ଭଦ୍ରା, ବିଶିଷ୍ଟ ଜ୍ୟୋର୍ତିବିଦ୍ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ ଯୋଗଦେଇଥିଲେ।

 

- Advertisement -

ଅନ୍ୟମାନଙ୍କ ମଧ୍ୟରେ ରେଡ଼୍ ସ୍ୱସ୍ତିିକ ସୋସାଇଟିର ସଭାପତି ବିଜୟ ଆଚାର୍ଯ୍ୟ ଏବଂ ସଚିବ ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ସଂଗଠନର ଏଭଳି ପଦକ୍ଷେପ ଓ ପ୍ରୟାସକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ।  ଏହି ଚିକିତ୍ସା ସେବା ନିରନ୍ତର ନିରବଚ୍ଛିନ୍ନ ରୂପେ ଜାରି ରହିବ ବୋଲି କହିବା ସହ ସରକାରୀ କିମ୍ବା ବେସରକାରୀ ସ୍ତରରେ ଆବଶ୍ୟକ ସହଯୋଗ ମିଳିଲେ ଅଧିକରୁ ଅଧିକ ଲୋକ ସେବା ପାଇପାରିବେ ବୋଲି ସଚିବ  ତଥା କୋଷାଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ସୂଚନା ଦେଇଥିଲେ। ସୂଚନାଯୋଗ୍ୟ ୨୦୧୮ରୁ ରେଡ଼୍ ସ୍ୱସ୍ତିକ୍ ସୋସାଇଟି, ଓଡ଼ିଶା ଶାଖା ପକ୍ଷରୁ କୋଲକତା, ଶ୍ରୀକାକୁଲମ୍, ଉତ୍ତରାଖଣ୍ଡ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ଓଡ଼ିଶା ରାଜ୍ୟର ପାଖାପାଖି ୮୦୦ଶହରୁ ଅଧିକ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ନିଶୁଳ୍କ ଭାବେ ଲଗାଇସାରିଛି। ଏହା ସହ ସମାଜସେବା କ୍ଷେତ୍ରରେ ରେଡ଼୍ ସ୍ୱସ୍ତିକ୍ ସର୍ବଦା ଲୋକଙ୍କ ସହିତ ରହିବା ସହ ଆଗାମୀ ଦିନରେ ନୂତନ ଜନହୀତକାରୀ ପଦକ୍ଷେପ ମାନ ଗ୍ରହଣ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories