www.samajalive.in
Thursday, December 11, 2025
16.1 C
Bhubaneswar

ନେହେରୁଙ୍କୁ ଦୋଷ ଦେଇ ବାସ୍ତବ ପ୍ରସଙ୍ଗରୁ ଦୁରେଇ ଯାଉଛି ବିଜେପି: ମନମୋହନ ସିଂହ

ନୂଆଦିଲ୍ଲୀ: ସମସ୍ୟା ସମାଧାନ କରିନପାରିବା ଓ ତ୍ରୁଟିପୂର୍ଣ୍ଣ ନୀତିକୁ ସୁଧାରିବାରେ ବିଫଳ ହେବା ପରେ ଦେଶବାସୀଙ୍କ ଧ୍ୟାନ ହଟାଇବା ପାଇଁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସମେତ ଇତିହାସକୁ ଦାୟୀ କରୁଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂହ କହିଛନ୍ତି।

ସେ କହିଛନ୍ତି, ଗୋଟିଏ ପଟେ ଲୋକମାନେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟାକୁ ସାମ୍ନା କରୁଛନ୍ତି, ଅନ୍ୟପକ୍ଷରେ ସାତ ବର୍ଷରୁ ଅଧିକ ସମୟ ଧରି କ୍ଷମତାରେ ଥିବା ବର୍ତ୍ତମାନର ସରକାର ସେମାନଙ୍କର ଭୁଲକୁ ସ୍ୱୀକାର କରିବା ଏବଂ ସଂଶୋଧନ କରିବା ପରିବର୍ତ୍ତେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କୁ ଦାୟୀ କରୁଛନ୍ତି।

- Advertisement -

ପ୍ରଥମେ ରାଜ୍ୟସଭା ଓ ପରେ ପଞ୍ଜାବ ଏବଂ ଗୋଆରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେହେରୁଙ୍କ ଉପରେ ଲଗାତାର ଆକ୍ରମଣ ପରେ ତାଙ୍କର ଏହି ମନ୍ତବ୍ୟ ଦିଆଯାଇଛି। ଗୋଆରେ ଏକ ସମାବେଶକୁ ସମ୍ବୋଧିତ କରିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି ଯେ ସ୍ୱାଧୀନତାର ପ୍ରାୟ ୧୫ ବର୍ଷ ପର୍ଯ୍ୟନ୍ତ ଏହି ରାଜ୍ୟକୁ ମୁକ୍ତ କରାଯାଇନଥିଲା ଏବଂ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପର୍ତ୍ତୁଗୀଜ୍ ଅଧୀନରେ ଥିବା ରାଜ୍ୟକୁ ସଶସ୍ତ୍ର ବାହିନୀ ପଠାଇନଥିଲେ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନ୍ତର୍ଜାତୀୟ ସ୍ତରରେ ନିଜର ଭାବମୂର୍ତ୍ତିକୁ ବଜାୟ ରଖିବା ପାଇଁ ଜବାହରଲାଲ ନେହେରୁ ଗୋଆକୁ ବର୍ଷ ବର୍ଷ ଅବହେଳା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ସିଂହ ଏହା ମଧ୍ୟ କହିଛନ୍ତି ଯେ ଦେଶର ଇତିହାସକୁ ଦାୟୀ କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ମାନ ବଜାୟ ରଖିବା ଉଚିତ କାରଣ ଅନ୍ୟକୁ ଦାୟୀ କରି ସେ ନିଜକୁ ଦେଶବାସୀଙ୍କ ଠାରୁ ରକ୍ଷା କରିପାରିବେ ନାହିଁ।

ସେ କହିଛନ୍ତି, ଯେତେବେଳେ ମୁଁ ୧୦ ବର୍ଷ ପ୍ରଧାନମନ୍ତ୍ରୀ ଥିଲି, ସେତେବେଳେ ମୁଁ ମୋର କାର୍ଯ୍ୟ ମାଧ୍ୟମରେ ସବୁ କିଛି କରିବାକୁ ଚେଷ୍ଟା କରୁଥିଲି। ସେ କହିଛନ୍ତି ମୁଁ ଭାରତର ଟେକକୁ କେବେ ବି ଦୁର୍ବଳ କରି ନାହିଁ। ନକଲି ଜାତୀୟତା ଏବଂ ବିଭାଜନ ନୀତି ପାଇଁ ଡଃ ସିଂହ କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ସରକାରକୁ ନିନ୍ଦା କରିଛନ୍ତି। କେନ୍ଦ୍ରର ଏନଡିଏ ସରକାର ବୈଦେଶିକ ନୀତିରେ ବିଫଳ ହୋଇଥିବା ସେ କହିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories