www.samajalive.in
Wednesday, December 10, 2025
14.1 C
Bhubaneswar

ସୁନା ଦର: ଆଜି କମିଲା, ଆଗକୁ ଟପିବ ୫୫ ହଜାର

ନୂଆଦିଲ୍ଲୀ: ବଜାରରେ କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଲଗାତର ୩ ଦିନ ପାଇଁ ଖସିଛି ସୁନାଦର । ଦୁଇଥର ସୁନା ଦାମ୍‍ କମିବା ପରେ ଆଜି ତୃତୀୟ ଦିନ ପାଇଁ ସୁନା ଦର ହ୍ରାସ ପାଇଛି । ଆଜି ସୁନା ୦.୦୭ ପ୍ରତିଶତ ହ୍ରାସ ପାଇଥିବା ବେଳେ, ରୁପା ମୂଲ୍ୟରେ ୦.୪୨ ପ୍ରତିଶତ ହ୍ରାସ ଘଟିଛି । ଏନେଇ ବିଶେଷଜ୍ଞ ମଧ୍ୟ ନିଜର ମତ ରଖିଛନ୍ତି ।

କେଡିଆ କମୋଡିଟିର ନିର୍ଦ୍ଦେଶକ ଅଜୟ କେଡିଆ କହିଛନ୍ତି ବିଶ୍ୱରେ ମୁଦ୍ରାସ୍ଫୀତି ବୃଦ୍ଧି ପାଉଛି। ଆଗକୁ ସୁନାର ଦାମ୍‍ ବଢ଼ିପାରେ । କାରଣ ୟୁକ୍ରେନ ଓ ଋଷ ମଧ୍ୟରେ ବିବାଦ ଲାଗି ରହିଛି । ଯାହା ଫଳରେ ସୁନା ବଜାର ଉପରେ ପ୍ରଭାବ ପକାଇବ । ଚଳିତ ବର୍ଷ ୧୦ ଗ୍ରାମ ସୁନାର ମୂଲ୍ୟ ୫୫ହଜାର ଟଙ୍କା ଟପିପାରେ ବୋଲି ସେ କହିଛନ୍ତି । ଆଜି ବଜାରରେ ସୁନାର ଦାମ୍‍ ୦.୦୭ ପ୍ରତିଶତ ହ୍ରାସ ଘଟି ୧୦ ଗ୍ରାମ୍‍ ପ୍ରତି ୪୯,୫୮୨ ଟଙ୍କା ରହିଛି । ରୁପା ମୂଲ୍ୟ ମଧ୍ୟ ୦.୪୨ ପ୍ରତିଶତ ହ୍ରାସ ଘଟି ରୁପା କିଲୋଗ୍ରାମ ପିଛା ୬୩,୦୩୧ ଟଙ୍କା ରହିଛି ।

- Advertisement -

ସୁନାର ଶୁଦ୍ଧତା ଜାଣିବେ କିପରି ?

ଆପଣ ସୁନାର ଶୁଦ୍ଧତା ଅତି ସହଜରେ ଯାଞ୍ଚ କରିପାରିବେ । ଏଥିପାଇଁ ସରକାର ଏକ ଆପ୍‍ ଲଞ୍ଚ କରିଛନ୍ତି । ‘ଈଓଝ ଉବକ୍ସର ବକ୍ଟ୍ରକ୍ଟ୍ର’ ମାଧ୍ୟମରେ ଆପଣ ସୁନାର ଶୁଦ୍ଧତା ପରଖି ପାରିବେ । ଏହି ଆପ୍‍ ଆପଣଙ୍କ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବ । ତାହା ସହ ସୁନାର ଲାଇସେନ୍ସ ଓ ହଲମାର୍ଗ ମଧ୍ୟ ଚିହ୍ନିବ ‘ଈଓଝ ଉବକ୍ସର ବକ୍ଟ୍ରକ୍ଟ୍ର’ । ଖାଲି ସେତିକି ନୁହେଁ ଏହି ଆପ୍‍ ଜରିଆରେ ଆପଣ ସୁନାକୁ ନେଇ ଯେକୌଣସି ଅଭିଯୋଗ ମଧ୍ୟ କରିପାରିବେ ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories