www.samajalive.in
Saturday, December 6, 2025
19.1 C
Bhubaneswar

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ତିକ୍ତ ହେଉଛି କି ରାଜନୈତିକ ବାତାବରଣ, ସମୟକୁ ଦେଖି ବଢିବକି ସମ୍ବେଦନଶୀଳ ବୁଥ୍ ସଂଖ୍ୟା

ଲକ୍ଷ୍ମୀପୁର: ସମୟ ଓ ବାତାବରଣକୁ ନେଇ ଚଳିତ ତ୍ରିସ୍ତରୀୟ ନିର୍ବାଚନରେ ବୃଦ୍ଧି ପାଇପାରେ ସମ୍ବେନଶୀଳ ବୁଥ୍ ସଂଖ୍ୟା। କେବଳ ଯେ କୋରାପୁଟ ଜିଲା ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଭଳି ସମ୍ଭାବନା ରହିଛି ତା ନୁହେଁ, କ୍ରମଶଃ କୋରାପୁଟ ଜିଲାରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କ ପରି ରାଜନୈତିକ ବାତାବରଣ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଦେଖିବାକୁ ମିଳୁଛି। ପୂର୍ବରୁ ଏଠାରେ ପ୍ରାର୍ଥୀ ପ୍ରାର୍ଥୀ ହୁଅନ୍ତୁ କିମ୍ବା ଦଳ ଦଳ ମଧ୍ୟରେ ସେଭଳି ତିକ୍ତତା ଅନୁଭୂତ ହେଉ ନଥିଲେ। କିନ୍ତୁ ବର୍ତ୍ତମାନ ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଗାଁ ଗାଁରେ ରାଜନୈତିକ ବାତାବରଣ ତିକ୍ତ ହେଉଥିବା ପରିଲକ୍ଷିତ ହେଉଛି।

ପୂର୍ବ ନିର୍ବାଚନ ଗୁଡ଼ିକର ଘଟଣା ବଳିକୁ ନେଇ କେଉଁ ବୁଥ୍ ଗୁଡ଼ିକ କେତେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ତାହା ଚିହ୍ନଟ କରାଯାଇଛି। ଏପରିକି ଏହାରି ଆଧାରରେ ବୁଥଗୁଡ଼ିକରେ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯାଉଛି। କେଉଁଠି ଜଣେ ଗ୍ରାମ ରକ୍ଷୀ ଓ ଜଣେ ଗୃହ ରକ୍ଷୀଙ୍କୁ ନିଯୁକ୍ତ କରାଯାଉଛି ଓ ଯେଉଁଠି ସମ୍ବେଦନଶୀଳ ବୁଥ୍ ରହିଛି ସେଠାରେ ଜଣେ ଲେଖାଏଁ କନଷ୍ଟେବଳଙ୍କୁ ନିୟୋଜିତ କରାଯାଉଛି। କିନ୍ତୁ ଗତ ଯେଉଁ ଭୋଟ ଗୁଡ଼ିକ ହୋଇଥିଲା ସେତେବେଳେ କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସେଭଳି ତିକ୍ତତା ଅନୁଭୂତ ହେଉ ନଥିଲା ଯେପରି ଏବେ ଦେଖିବାକୁ ମିଳୁଛି। ସେଥିପାଇଁ ପୁର୍ବ ନିର୍ବାଚନ ଗୁଡ଼ିକର ଇତିହାସ ବଦଳିବା ସହିତ ଯେତିକି ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଥିଲା ତାହା ବୃଦ୍ଧି ପାଇବାର ଆଶଙ୍କା ଥିବା କହନ୍ତି ରାଜନୀତି ସମୀକ୍ଷକମାନେ। ଲକ୍ଷ୍ମୀପୁର ବ୍ଲକରେ ବର୍ତ୍ତମାନ ୧୫୧ ବୁଥ୍ ମଧ୍ୟରୁ ୨୪ ବୁଥ ସମ୍ବେଦନଶୀଳ ତାଲିକାରେ ରହିଥିବା ବେଳେ ଅତି ସମ୍ବେଦନଶୀଳ ବୁଥ୍ ନାହିଁ। ତେବେ ବର୍ତ୍ତମାନ ରାଜନୈତିକ ବାତାବରଣ ଯାହା ଦେଖିବାକୁ ମିଳୁଛି ନିର୍ବାଚନ ପରେ ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ସଂଖ୍ୟା ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories