www.samajalive.in
Saturday, December 6, 2025
26.1 C
Bhubaneswar

ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ: ଗଞ୍ଜାମ ସହରର ଜଣେ ଯୁବ ବଡି ବିଲଡ଼ର ଜି ଡମ୍ବରୁଧର ରାଓ( ୨୦)। ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟନସିପରେ ସେ ଭାଗ ନେଉଥିବା ଜଣାପଡିଛି। ସେ ୫୫ ବର୍ଗ କେଟେଗୋରୀରେ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଯାଉଛନ୍ତି।ଆସନ୍ତା ୨୧ ତାରିଖରେ ସେ ପୁଡୁଚେରୀ ଅଭିମୁଖେ ଯାତ୍ରା କରୁଥିବା ଜଣାପଡିଛି। ଗଞ୍ଜାମ ସହରରେ ରହିଥିବା ଜିତେସ ଫିଟନେସରେ ସେ ସିନିୟର ବଡିବିଲ୍ଡର ଜିତେସ ଦାସଙ୍କ ତତ୍ୱାବଧାନରେ ୪ ବର୍ଷ ହେଲା ସୁନ୍ଦର ସ୍ବାସ୍ଥ୍ୟ ଅଭ୍ୟାସ ଜାରି ରଖିଛନ୍ତି। ପ୍ରଥମ ଥର ପାଇଁ ବଡିବିଲ୍ଡିଂ ଚାମ୍ପିୟନସିପରେ ଭାଗ ନେଉଥିବାରୁ ବହୁତ ଉତ୍ସାହିତ ଥିବା ପ୍ରକାଶ କରିଛନ୍ତି। ସେ କିଛିଦିନ ହେଲା ଦିନକୁ ୫ ଘଣ୍ଟା ପର୍ୟ୍ୟନ୍ତ ଅଭ୍ୟାସ କରି ନିଜକୁ ପ୍ରସ୍ତୁତ କରୁଛନ୍ତି। ଗୁରୁ ଜିତେସ ଦାସଙ୍କ ସମେତ ତାଙ୍କ ଅନୁଷ୍ଠାନର ବନ୍ଧୁମାନେ ତାଙ୍କର ସଫଳତା କାମନା କରି ଶୁଭେଛା ଜଣାଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories