www.samajalive.in
Saturday, December 13, 2025
26.1 C
Bhubaneswar

ଅବକାରୀ ବିଭାଗର ଚଢାଉ, ଚୋରା ମଦ ସହ ୩ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ତୁରୁମୁଙ୍ଗା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୭୦ ଲିଟର ଚୋରା ମହୁଲି ମଦ ଜବତ କରାଯିବା ସହ ୩ ଜଣଙ୍କୁ ଗିରଫ କରାଯାଇଛି । ଚଢ଼ାଉ ସମୟରେ ଜଡିଚାତର ଗ୍ରାମର ସୁରେଶ ମୁଣ୍ଡାଙ୍କ ଠାରୁ ୨୦ ଲିଟର, ଖିରେଇଟାଙ୍ଗିରୀ ଗ୍ରାମର ବିଦ୍ୟାଧର ନାଏକଙ୍କ ଠାରୁ ୨୫ ଲିଟର ଓ ଗୋଡିପୋଖରୀ ଗ୍ରାମର ଦୁଷ୍ମନ୍ତ ମହାନ୍ତଙ୍କ ଠାରୁ ୨୫ ଲିଟର ଚୋରା ମହୁଲି ମଦ ଜବତ କରାଯାଇଛି । ଏହା ସହ ବେଆଇନ ମଦ କାରବାର ଅଭିଯୋଗରେ ସମସ୍ତ ୩ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଏହି ଚଢ଼ାଉରେ ପାଟଣା ଅବକାରୀ ଥାନା ଅଧିକାରୀ ଜନାର୍ଦ୍ଦନ ପଲେଇ, କନେଷ୍ଟବଳ ମିଥୁନ ଜେନା ଓ ଆରତୀ ବେହେରା ସାମିଲ ଥିଲେ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories