www.samajalive.in
Thursday, December 11, 2025
16.1 C
Bhubaneswar

ପାରିଶ୍ରମିକ ମାଗିବାରୁ ମହିଳାଙ୍କୁ ହତ୍ୟା ଉଦ୍ୟମ

ବଲାଙ୍ଗିର: ବଲାଙ୍ଗିର ଆନନ୍ଦ ନଗରରେ ଅଭାବନୀୟ ଘଟଣା । ସୋମବାର ସଂଧ୍ୟା ସମୟରେ ପାରିଶ୍ରମିକ ମାଗିବାରୁ ମହିଳା ଶ୍ରମିକଙ୍କୁ ପେଟ୍ରୋଲ ଢାଳି ହତ୍ୟା ଉଦ୍ୟମ କରାଯାଇଥିବା ସୂଚନା ମିଳିଛି । ଭୀମଭୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ବୁର୍ଲା ଭିମସାରକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଛି।
ସୂଚନା ଅନୁସାରେ, ମନ୍ଦାର ଧରୁଆ ନାମକ ବିଧବା ମହିଳା ଆନନ୍ଦ ନଗରରେ ଦୁଇ ସନ୍ତାନକୁ ନେଇ ରହନ୍ତି । ରୋଷେୟା ମାନସ ମିଶ୍ରଙ୍କ ସହ ଯାଇ ବିଭିନ୍ନ ଭୋଜିଭାତ କାର‌୍ୟ୍ୟକ୍ରମରେ ରୋଷେୟାଙ୍କୁ ସହାୟତା କରୁଥିଲେ।

ସୋମବାର ରୋଷେୟା ଶ୍ରୀ ମିଶ୍ରଙ୍କ ସହ ଏକ ଭୋଜିକୁ ରାନ୍ଧିବାକୁ ଯାଇଥିଲେ ମନ୍ଦାର । ଫେରିବା ସମୟରେ ମନ୍ଦାର ରୋଷେୟାଙ୍କୁ ପାରିଶ୍ରମିକ ମାଗିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ରୋଷେୟା ଶ୍ରୀ ମିଶ୍ର ତାଙ୍କୁ ଘର ସାମ୍ନାରେ ପେଟ୍ରୋଲ ଢାଳି ମାରିଦେବାକୁ ଉଦ୍ୟମ କରିଥିବା କୁହାଯାଉଛି। ସ୍ଥାନୀୟ ଲୋକେ ମନ୍ଦାରଙ୍କୁ ଉଦ୍ଧାର କରି ବିବିଏମସିଏଚକୁ ଆଣି ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ବୁର୍ଲା ପଠାଯାଇଥିବା ସୂଚନା ମିଳିଛି ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories