www.samajalive.in
Saturday, December 6, 2025
26.1 C
Bhubaneswar

ପିପିଏଫ ଜମାରେ ମିଳିବ ଅଧିକ ସୁଧ

ନୂଆଦିଲ୍ଲୀ: କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସି ଖବର। କେନ୍ଦ୍ର ସରକାର କେତେକ କ୍ଷୁଦ୍ର ଜମା ଯୋଜନାର ସୁଧ ହାର ବୃଦ୍ଧି କରିଛନ୍ତି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ତ୍ରୈମାସିକ ଜମା ଯୋଜନାରେ ସରକାର ଏହି ବର୍ଦ୍ଧିତ ସୁଧ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ବିତ୍ତ ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସୁକନ୍ୟା ସମୃଦ୍ଧି ଯୋଜନାରେ ଏବେ ୮.୫ପ୍ରତିଶତ ସୁଧ ମିଳିବ। ଏହି ଯୋଜନାରେ ସେପ୍ଟେମ୍ବର ପର୍ଯ୍ୟନ୍ତ ଜମାକାରୀଙ୍କୁ ୮.୧ପ୍ରତିଶତ ସୁଧ ମିଳୁଥିଲା। ସେହିପରି ପବ୍ଲିକ ପ୍ରୋଭିଡେଣ୍ଡ ଫଣ୍ଡରେ ଜମାକାରୀଙ୍କୁ ୭.୬ପ୍ରତିଶତ ସୁଧ ମିଳୁଥିଲା। ଏବେ ଏହାକୁ ବୃଦ୍ଧି କରାଯାଇ ୮ପ୍ରତିଶତ କରାଯାଇଛି। ସେହିପରି କିଶାନ ବିକାଶ ପତ୍ର ଯୋଜନାରେ ୭.୩ପ୍ରତିଶତ ସୁଧ ମିଳୁଥିବାବେଳେ ୭.୭ ପ୍ରତିଶତକୁ ବୃଦ୍ଧି କରାଯାଇଛି।
ବିତ୍ତ ମନ୍ତ୍ରଣାଳୟର ଅଧିସୂଚନା ଅନ୍ତର୍ଗତ ଏଣିକି ନ୍ୟାସନାଲ ସେଭିଙ୍ଗ୍‍ସ ସାର୍ଟିଫିକେଟରେ ପୂର୍ବରୁ ୭.୬ପ୍ରତିଶତ ସୁଧ ମିଳୁଥିବାବେଳେ ଏବେ ଏହାକୁ ବୃଦ୍ଧି କରାଯାଇ ୮ପ୍ରତିଶତ କରାଯାଇଛି। ଏହା ବ୍ୟତୀତ ୫ବର୍ଷିୟ ମାସିକ ଆୟ ଖାତାରେ ୭.୭ ପ୍ରତିଶତ, ସିନିୟର ସିଟିଜେନ ସେଭିଙ୍ଗ୍‍ସ ସ୍କିମ୍‍ରେ ୮.୭ ପ୍ରତିଶତ ଓ ୫ବର୍ଷିୟ ରେକରିଂ ଡିପୋଜିଟ ଉପରେ ଏବେ ୭.୩ ପ୍ରତିଶତ ସୁଧ ମିଳିବ।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories