www.samajalive.in
Sunday, December 14, 2025
14.1 C
Bhubaneswar

ବିଜେପିରେ ଯୋଗଦେଲେ ହବିବୁଲ୍ଲାଙ୍କ ଭଉଣୀ ଓ ଭଣଞ୍ଜା

ନବରଙ୍ଗପୁର : ଜିଲ୍ଲାର ପୂର୍ବତନ ରାଜନୀତି ମୈଦାନର ଚାଣକ୍ୟ, ସାତ ଥରର ନବରଙ୍ଗପୁର ବିଧାୟକ, ପୂର୍ବତନ ମନ୍ତ୍ରୀ, ପୂର୍ବତନ କଂଗ୍ରେସ ନେତା ଜନାଵ ହାବିବୁଲା ଖାଁଙ୍କ ଭଉଣୀ ତଥା ବର୍ତ୍ତମାନର ବିଜେଡି ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ପିଉସୀ ଆଲିଆ ବେଗମ ଏବଂ ତାଙ୍କ ସାନ ପୁଅ ମି.ଆରିଫ ହୁସେନ ତାରାଗାଁ ସ୍ଥିତ ବାସଭବନରେ ଭାରତୀୟ ଜନତା ପାର୍ଟିର ନୀତି ଆଦର୍ଶ ଓ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସର୍ଵଜନ ଆଦୃତ ଯୋଜନାରେ ଅନୁପ୍ରାଣିତ ହୋଇ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଗୌରୀ ଶଙ୍କର ମାଝୀ, ଶ୍ରୀମତୀ ବେଗମଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧିଇବା ପୂର୍ବକ ବିଜେପି ପରିବାରକୁ ସ୍ୱାଗତ ଜଣାଇ ଥିଲେ। ଏଥିରେ ଜିଲା ଯୁବ ମୋର୍ଚ୍ଚାର ପ୍ରଭାରୀ କାହ୍ନୁ ଦାସ, ନଗର ମଣ୍ଡଳ ସଭାପତି ପିଣ୍ଟୁ ମିଶ୍ର, ଗୋକୁଳ ବିଷୋୟୀ, କୁନା ଦାସ, ଜ୍ୟୋତି କଂସ, ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ  ଶର୍ମିଷ୍ଠା ଦେଓ, ନବରଙ୍ଗପୁର ବ୍ଲକ ଜୋନ- ୨ ଜିଲା ପରିଷଦ ପ୍ରାର୍ଥିନୀ ଫୁଲମା ଭତରା, ବବିତା ସାହୁ, ସୁକାନ୍ତି ବେହେରା, ଦ୍ରୌପଦୀ ଭତ୍ରା, ଗିତାଞ୍ଜଳି ମହାପାତ୍ର, ସେବତୀ ବେହେରା ଓ ଅନ୍ୟାନ୍ୟ,କାର୍ଯ୍ୟକର୍ତ୍ତା କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories