www.samajalive.in
Friday, December 12, 2025
23.1 C
Bhubaneswar

ନଳିନୀପ୍ରଭା ସ୍ମାରକୀ କ୍ରିକେଟ ଉଦ୍‍ଘାଟିତ

ଆଠଗଡ: ଆଠଗଡର ଅଗ୍ରଣୀ କ୍ରିକେଟ କ୍ଲବ ଷ୍ଟାର କ୍ରିକେଟ କ୍ଲବ ପକ୍ଷରୁ ମୁଖ୍ୟ କ୍ରୀଡାଙ୍ଗନରେ ତୃତୀୟ ନଳିନୀପ୍ରଭା ପଟ୍ଟନାୟକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‍ଘାଟିତ ହୋଇଯାଇଛି। ଉଦ୍‍ଘାଟନୀ ମ୍ୟାଚରେ ଆୟୋଜକ ଷ୍ଟାର କ୍ରିକେଟ କ୍ଲବ ବଡମ୍ବାର ଯୋଡୁମୁ କ୍ରିକେଟ କ୍ଲବକୁ ୬ରନ୍‍ ବ୍ୟବଧାନରେ ପରାସ୍ତ କରିଥିବା ଜଣାପଡିଛି। ଟସ୍‍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଷ୍ଟାର କ୍ରିକେଟ କ୍ଲବ ୧୮.୨ଓଭରରେ ସମସ୍ତ ୱିକେଟ ହରାଇ ବ୍ୟାଟ୍ସମ୍ୟାନ ଦୀପ୍ତିରଞ୍ଜନ ରାଉତଙ୍କ ୫୮ ଓ ଶରତ ବେହେରାଙ୍କର ୨୯ରନ୍‍ ସହାୟତାରେ ୧୫୬ରନ୍‍ ସଂଗ୍ରହ କରିଥିଲେ। ୧୫୭ରନ୍‍ ବିଜୟଲକ୍ଷ୍ୟର ଅନୁଧାବନ କରି ଯୋଡୁମୁ କ୍ରିକେଟ କ୍ଲବ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ ହରାଇ ନିରଞ୍ଜନ ଜେଠୀଙ୍କ ୪୬ରନ୍‍ ଓ ଅନିଲ ବିଶ୍ୱାଳଙ୍କ ୨୮ରନ୍‍ ସହାୟତାରେ ୧୫୦ରନ୍‍ ସଂଗ୍ରହ କରିବାରେ ସକ୍ଷମ ହୋଇ ୬ରନ୍‍ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଅଲୁପ ଦାଶ ଓ ମନୋରଞ୍ଜନ ମହାନ୍ତି ଅମ୍ପାୟାର ଭାବେ ମ୍ୟାଚ ପରିଚାଳନା କରିଥିଲେ।

 

- Advertisement -

ଷ୍ଟାର କ୍ରିକେଟ କ୍ଲବର ସଭାପତି ତଥା କ୍ରୀଡାବିତ୍‍ ଜ୍ଞାନରଞ୍ଜନ ବେହେରାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‍ଘାଟନୀ ଉତ୍ସବରେ ବିଜେଡି ଯୁବସଂଗଠକ ଅଭୟ କୁମାର ବାରିକ ମୁଖ୍ୟଅତିଥି, ମହାବଳି ନାଗେଶ୍ୱର ହିରାଲାଲ୍‍ ପାଲ ମୁଖ୍ୟବକ୍ତା ଏବଂ ରୋନକ୍‍ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟ ଟିକୁ ଉଦ୍‍ଘାଟନ କରିବା ସହ ଖେଳାଳି ଓ ଆୟୋଜକଙ୍କୁ ଉତ୍ସାହିତ କରିଥିଲେ। କ୍ଲବର ପରିଚାଳକ ସନ୍ତୋଷ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ। କୁମର ଦାସ, ଇଶ୍ୱର ପ୍ରଧାନ, ଦିପ୍ତିରଞ୍ଜନ ରାଉତ, ଆର ଶୁଭମ ପ୍ରଧାନ, ତ୍ରିଲୋଚନ ବାରିକ ଓ ଅଜିତ୍‍ କୁମାର ସାହୁଙ୍କ ସମେତ ଅନ୍ୟମାନେ ଏହି ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ।

Hot this week

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

ଜାନୁଆରୀ ୩୧ ରୁ ଓସିଏସ୍‌ ମୁଖ୍ୟ ଲିଖିତ ପରୀକ୍ଷା

କଟକ : ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଓଡ଼ିଶା...

ସଜାଡ଼ିବାକୁ ଉଦ୍ୟମ : ମୋକିମ୍‌

କଟକ : ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କ ଚିଠିକୁ...

ଓଡ଼ିଶା ହେବ ଜବରଦଖଲମୁକ୍ତ

ଭୁବନେଶ୍ବର: ଓଡ଼ିଶାକୁ ଜବରଦଖଲମୁକ୍ତ କରିବାକୁ ରାଜସ୍ବ ବିଭାଗ ଅଣ୍ଟା ଭିଡ଼ିଛି। ବିଭାଗସ୍ତରରେ...

Related Articles

Popular Categories