www.samajalive.in
Friday, December 12, 2025
17.1 C
Bhubaneswar

ପୁଣି ବିବାଦରେ ବିଲେଇସର୍ଡା ପଞ୍ଚାୟତ, ନିର୍ବାଚନ ଆଚରଣବିଧି ଉଲଂଘନ

ବଲାଙ୍ଗିର: ପୁଣିଥରେ ପୁଇଁନ୍ତଲା ବ୍ଲକ ବିଲେଇସର୍ଡା ପଞ୍ଚାୟତରେ ସରପଞ୍ଚ ପଦ ନିଲାମ ଘଟଣା ଆଲୋଚନା ପରିସରକୁ ଆସିଛି। ମାମଲା ଶାନ୍ତ ପଡିବା ପରେ ପୂର୍ବ ଯୋଜନା ମୁତାବକ ମନ୍ଦିର କମିଟି ଟଙ୍କା ନେଇଛି। ଗୋଟିଏ ନୁହେଁ, ୨ଟି ମନ୍ଦିର କମିଟିକୁ ଟଙ୍କା ଦେଇ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ଭୋଟ୍ କିଣିଛନ୍ତି। ଏହା ପରେ ବି କେହି ଭୋଟ ନଦେବେ ତା’ହେଲେ ସେ ଜଗନ୍ନାଥ ଦ୍ରୋହୀ ହେବେ ଓ ତାଙ୍କୁ ବାସନ୍ଦ କରାଯିବ ବୋଲି ଭୋଟରଙ୍କୁ ଚେତାବନୀ ଦିଆଯାଉଛି। ଏହି ସମସ୍ତ ଘଟଣାର ଭିଡିଓ ଓ ଅଡିଓ ତଥା ଅନ୍ୟାନ୍ୟ ତଥ୍ୟ ଅନ୍ୟତମ ସରପଞ୍ଚ ଆଶାୟୀ ପ୍ରାର୍ଥୀ ବିଳାସିନୀ ଶର୍ମା ରାଜ୍ୟ ନିର୍ବାଚନ ଆୟୋଗ ଓ ଜିଲାପାଳଙ୍କୁ ଦାଖଲ କରିଛନ୍ତି।
ଜାନୁଆରି ମାସ ୧୫ ତାରିଖରେ ବିଲେଇସର୍ଡା ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ସରପଞ୍ଚ ପଦ ପାଇଁ ନିଲାମ ଡକାଯାଇଥିଲା। ୪ଜଣ ସରପଞ୍ଚ ପଦ ଆଶାୟୀ ରହିଥିଲେ। ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ଛତ୍ରିଆ ୪୪ଲକ୍ଷ ୧୦ହଜାର ଟଙ୍କା ସର୍ବାଧିକ ନିଲାମ ଡାକିଥିଲେ। ତେବେ ଏହି ଖବର ପ୍ରକାଶିତ ହେବା ପରେ ଅଡୁଆରେ ପଡିଥିଲେ ସୁଶାନ୍ତ। ୪୪ଲକ୍ଷ ନୁହେଁ, ୪୪ହଜାର ଟଙ୍କା ମନ୍ଦିରକୁ ଦାନ ସୂତ୍ରରେ ଦିଆଯିବ ବୋଲି ମାନିଥିଲେ। କଥାକୁ ବାଏଁରେଇବା ପାଇଁ ଯଥେଷ୍ଟ ଚେଷ୍ଟା ମଧ୍ୟ କରିଥିଲେ। ବଲାଙ୍ଗିର ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ପୁଇଁନ୍ତଲା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଭିଯୋଗର ତଦନ୍ତ କରିଥିଲେ। ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏହାର ତଦନ୍ତ ରିପୋର୍ଟ ଦିଆଯାଇଥିଲା। ଏଥିସହିତ ସିଆର୍ପିସିର ୧୦୭ ଦଫାରେ ପୁଇଁନ୍ତଲା ତହସିଲରେ ବ୍ୟକ୍ତିଗତ ହାଜିରା ଦେଇ ପଞ୍ଚାୟତ ନିର୍ବାଚନ ଶୃଙ୍ଖଳିତ ଭାବେ ପରିଚାଳନାରେ ସହଯୋଗ କରିବା ପାଇଁ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତ ସ୍ୱାକ୍ଷର କରି ଆସିଥିଲେ।

 

- Advertisement -

ଇତିମଧ୍ୟରେ ମନ୍ଦିର କମିଟିକୁ ପ୍ରାର୍ଥୀ ସୁଶାନ୍ତ ଟଙ୍କା ଦେଇଥିବା ଜଣାପଡିଛି। ଗାଁ ଗାଁ ବୁଲି ଜଗନ୍ନାଥ ମନ୍ଦିର ନାଁରେ ଭୋଟ ମଗାଯାଉଥିବା ଅଭିଯୋଗ ହୋଇଛି। ପ୍ରାର୍ଥୀ ସୁଶାନ୍ତ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରି ପ୍ରଚାର ଚଳାଇଥିବା ଓ ବିଲେଇସର୍ଡା ଭଳି କଶ୍ରୁପାଲି ଗାଁରେ ପାଟଣେଶ୍ୱରୀ ମନ୍ଦିର କମିଟିକୁ ମଧ୍ୟ ୪ଲକ୍ଷ ଟଙ୍କା ଦେଇଥିବା ଅଭିଯୋଗ କରିଛନ୍ତି ଆଶାୟୀ ସରପଞ୍ଚ ପ୍ରାର୍ଥୀ ବିଳାସିନୀ। ଏଥିସହିତ ସେ ପୁଇଁନ୍ତଲା ଥାନାରେ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତଙ୍କ ବିରୋଧରେ ଏତଲା ଦେଇଥିବା ଜଣାପଡିଛି।
ରାଜ୍ୟ ନିର୍ବାଚନ ଆୟୋଗ ଓ ବଲାଙ୍ଗିର ଜିଲାପାଳଙ୍କୁ ବିଲେଇସର୍ଡା ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ ବିଳାସିନୀ ଶର୍ମାଙ୍କ ତଥ୍ୟ ପ୍ରମାଣ ଓ ଅଭିଯୋଗ ପରେ ପୁଣିଥରେ ଏହାର ସତ୍ୟତା ଯାଞ୍ଚ କରାଯାଇଥିଲା। ପ୍ରାର୍ଥୀ ସୁଶାନ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରହିଥିବା ଦୃଷ୍ଟିରୁ ବଲାଙ୍ଗିର ଜିଲାପାଳ ଚଞ୍ଚଳ ରାଣା ପୁଇଁନ୍ତଲା ପଞ୍ଚାୟତ ସମିତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ସରପଞ୍ଚ ପ୍ରାର୍ଥୀ ସୁଶାନ୍ତଙ୍କ ବିରୋଧରେ ଏତଲା ଦେବାକୁ ନିର୍ଦେଶ ଦେଇଛନ୍ତି। ଆଶାୟୀ ସରପଞ୍ଚ ପ୍ରାର୍ଥୀ ବିଳାସିନୀ ଏହି ନିର୍ବାଚନରେ ଟଙ୍କା କାରବାର ଓ ସେ ଦେଇଥିବା ତଥ୍ୟ ପ୍ରମାଣକୁ ନେଇ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍ଆଇଟି) ଜରିଆରେ ତଦନ୍ତ କରିବାକୁ ଦାବି କରିଛନ୍ତି। ତେଣୁ ସୁଶାନ୍ତଙ୍କ ବିରୋଧରେ ନିର୍ବାଚନୀ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ପାଇଁ ପୁଇଁନ୍ତଲା ଥାନାରେ ମାମଲା ରୁଜୁ କରିବା ପାଇଁ ଜିଲାପାଳ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories