www.samajalive.in
Thursday, December 11, 2025
18.1 C
Bhubaneswar

ବେଶ ସ୍ୱାଦିଷ୍ଟ ଚଟ୍‍ପଟ୍‍ ମସଲା ପାସ୍ତା

ଆବଶ୍ୟକ ସାମଗ୍ରୀ
ପାସ୍ତା – ୧କପ
କଟା ସିମଲା ଲଙ୍କା – ୧ଟି
ପେଷା ଟମାଟୋ – ୧ଟି
ଅଦା ରସୁଣ ବଟା – ୧ ଚାମଚ
ଚିଲି ସସ – ଅଳ୍ପ
ଚିଜ – ଆବଶ୍ୟକ ପରିମାଣରେ
ଲୁଣ – ଆବଶ୍ୟକ ପରିମାଣରେ
ପାଣି – ୩କପ
ଗରମ ମସଲା – ଅଳ୍ପ
ଟମାଟୋ ସସ – ୧ଚାମଚ
ତେଲ – ଆବଶ୍ୟକ ପରିମାଣରେ
କଟା ଧନିଆପତ୍ର – ଅଳ୍ପ
ପନୀର – ଅଳ୍ପ
ଦହି – ଅଳ୍ପ
ଗୁଜୁରାତି ଗୁଣ୍ଡ – ଅଳ୍ପ
ହଳଦୀ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଲେମ୍ବୁ ରସ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ଏକ ପାତ୍ରରେ ପନୀର, ଦହି, ହଳଦୀ ଗୁଣ୍ଡ, କସ୍ତୁରୀ ମେଥି, ଗୁଜୁରାତି ଗୁଣ୍ଡ, ଗରମ ମସଲା, ଲୁଣ ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ ଓ ୧ ଘଣ୍ଟା ରଖି ଦିଅନ୍ତୁ। ଏବେ ଗ୍ୟାସରେ ଏକ ପାତ୍ର ବସାଇ ପାଣି ଗରମ କରନ୍ତୁ। ପାଣି ଗରମ ହେବା ପରେ ପାସ୍ତା ଓ ଲୁଣ ପକାଇ ୧୦ ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଗରମ ପାଣିରୁ ପାସ୍ତା ବାହାର କରି ଥଣ୍ଡା ପାଣିରେ ପକାଇ ଏହାକୁ ଛାଣି ଏକ ପାତ୍ରକୁ କାଢି ଦିଅନ୍ତୁ। ଏବେ ଗ୍ୟାସରେ ଏକ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଳାଇ ରଖିଥିବା ପନୀରକୁ ଭଲ ଭାବେ ଭାଜନ୍ତୁ। ଭାଜିବା ପରେ ଭଜା ପନୀରକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି କଡ଼େଇରେ ପୁଣି କିଛି ତେଲ ଗରମ କରି ସିମଲା ଲଙ୍କା ଭାଜନ୍ତୁ। ଲଙ୍କା ଭାଜିହେବା ପରେ ଏଥିରେ ଅଦାରସୁଣ ବଟା ପକାଇ ଅଳ୍ପ ସମୟ କଷନ୍ତୁ। କଷିବା ପରେ ପେଷା ଟମାଟୋ, ଚିଲି ସସ, ଲଙ୍କା ଗୁଣ୍ଡ, ଲୁଣ, ପକାଇ ଭଲ ଭାବେ ଗୋଳାନ୍ତୁ। ଗୋଳାଇବା ପରେ ସିଝା ହୋଇଥିବା ପାସ୍ତା, ଭଜା ହୋଇଥିବା ପନୀର ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟ୍‍ପଟ୍‍ ମସଲା ପାସ୍ତା। ଏହାକୁ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories