www.samajalive.in
Wednesday, December 10, 2025
18.1 C
Bhubaneswar

ରୁଦ୍ର ଟ୍ରେଲର: କୁଖ୍ୟାତ ଅପରାଧୀର ସନ୍ଧାନରେ ଅଜୟ

ମୁମ୍ବଇ: ବଲିଉଡ଼ ଅଭିନେତା ଅଜୟ ଦେବଗନ ଓଟିଟି ପ୍ଲାଟଫର୍ମରେ ପାଦ ଥାପିବାକୁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିଜ ଆଗାମୀ ୱେବ ସିରିଜ୍‌ ‘ରୁଦ୍ର: ଦି ଏଜ୍‌ ଅଫ୍‌ ଡାର୍କନେସ୍‌’ ସହ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିବାକୁ ଆସୁଛନ୍ତି ଅଜୟ। ଏହି ସିରିଜ୍‌ର ଟ୍ରେଲର ସୋମବାର ରିଲିଜ୍‌ ହୋଇଛି। ଟ୍ରେଲରରେ ଅଜୟ ଜବରଦସ୍ତ ଅବତାରରେ ନଜର ଆସିଛନ୍ତି। ଏଥିରେ ଅଜୟ ରୁଦ୍ରବୀର ସିଂହ ଓରଫ୍‌ ରୁଦ୍ର ନାମକ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରିଛନ୍ତି।
‘ରୁଦ୍ର’ ସିରିଜର ଟ୍ରେଲରରେ ଅଜୟଙ୍କ ଜବରଦସ୍ତ ଆକ୍ସନ ଦୃଶ୍ୟ ଦେଖିବାକୁ ମିଳିବ। ଟ୍ରେଲରରେ ଅଭିନେତ୍ରୀ ରାଶି ଖନ୍ନା ଅଜୟଙ୍କ ସହ ମାଇଣ୍ଡ ଗେମ୍‌ ଖେଳୁଥିବା ଦେଖିବାକୁ ମିଳିଛି। ଏଥିସହ ଅଜୟ ଜଣେ କୁଖ୍ୟାତ ଅପରାଧୀକୁ ଖୋଜୁଛନ୍ତି। ଏହି ଅପରାଧୀର ସନ୍ଧାନରେ ଅଜୟ ଅନେକ ଜିନିଷ ଦେଖିବାକୁ ପାଇଛନ୍ତି ଓ ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଉଛି। ଏହାସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଅସୁବିଧା ବଢିବାରେ ଲାଗିଛି।


ଏହି ସିରିଜ୍‌ରେ ଅଜୟ ଓ ରାଶି ଖନ୍ନାଙ୍କ ବ୍ୟତୀତ ଈଶା ଦେଓଲ, ଅତୁଲ କୁଲକର୍ଣ୍ଣି, ଅଶ୍ବିନୀ କଲସେକର, ବିକ୍ରମ ସିଂହ ଚୌହାନ, ଆଶୀଷ ବିଦ୍ୟାର୍ଥୀ ପ୍ରମୁଖ ନଜର ଆସିବେ। ଅଜୟ ଦେବଗନଙ୍କ ୬ ଏପିସୋଡ଼ର ଏହି ସିରିଜ୍‌ ମାର୍ଚ୍ଚ ୪ ତାରିଖରେ ଡିଜ୍ନୀ ପ୍ଲସ ହଟଷ୍ଟାରରେ ରିଲିଜ୍‌ ହେବ।

- Advertisement -

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories