www.samajalive.in
Thursday, December 11, 2025
14.1 C
Bhubaneswar

ଅର୍ଜୁନଙ୍କ ଜେଜେମା’ଙ୍କ ନିଷ୍ପତ୍ତି

ଏଇ କିଛି ମାସ ତଳେ ଅର୍ଜୁନ କପୁରଙ୍କ ୩୩ତମ ଜନ୍ମଦିବସ ଅବସରରେ ତାଙ୍କ ଜେଜେ ମା’ ନିର୍ମଲ କପୁର ସ୍ପଷ୍ଟ ଭାବେ ନାତିକୁ ଶୁଣାଇ ଦେଇଥିଲେ ଏଇ ବର୍ଷ ଯେପରି ସେ ବିବାହ ନିଷ୍ପତ୍ତି ନେବେ। ଏକଥା ଉଭୟ ଗଣମାଧ୍ୟମ ଓ ସୋସିଆଲ ସାଇଟ୍‌ରେ ଚର୍ଚ୍ଚିତ ହେବା ସହ ଅର୍ଜୁନ ମଧ୍ୟ ନିଜ ମତ ଦେଇଥିଲେ। ଭଉଣୀମାନଙ୍କ ବିବାହ ପରେ ସେ ନିଜ ବିବାହ ବିଷୟରେ ଭାବିବେ ବୋଲି କହିଥିଲେ। ଅନ୍ୟପାଖେ ବାପା ବୋନି କପୁର ମଧ୍ୟ ପୁଅକୁ ବିବାହ ଶୀଘ୍ର କରିବା ନିମନ୍ତେ ବାଧ୍ୟ କରୁଥିବାର ଜଣାପଡ଼ିଛି।

ଆଗାମୀ ଚଳଚ୍ଚିତ୍ର ‘ନମସ୍ତେ ଇଂଲଣ୍ଡ’ର ପ୍ରଚାର କାମରେ ଅର୍ଜୁନ ଖୁବ୍ ବ୍ୟସ୍ତ ଅଛନ୍ତି। ଅକ୍ଟୋବର ୧୯ରେ ମୁକ୍ତିଲାଭ କରିବାକୁ ଥିବା ଏଇ ଚଳଚ୍ଚିତ୍ରରେ ଅର୍ଜୁନଙ୍କ ସହ ପରିଣୀତି ଚୋପ୍ରା ମଧ୍ୟ ଦେଖାଦେବେ। ଚଳଚ୍ଚିତ୍ରର ଟ୍ରେଲର ସହ ଗୀତ ମଧ୍ୟ ମୁକ୍ତିଲାଭ ହୋଇସାରିଲାଣି। ଏସବୁ ଅର୍ଜୁନଙ୍କ ଜେଜେ ମା’ ମଧ୍ୟ ଦେଖିସାରିଛନ୍ତି। ଏବେ ତାଙ୍କ ନିଷ୍ପତ୍ତି ହେଲା ଯେ ନାତୁଣୀ ବୋହୂ ଭାବେ ପରିଣୀତି ହିଁ ତାଙ୍କର ପ୍ରଥମ ପସନ୍ଦ। ଏକଥା କପୁର ପରିବାରର ଜନୈକ ସଦସ୍ୟ ହିଁ ଗଣମାଧ୍ୟମକୁ ଜଣାଇଛନ୍ତି। ଅର୍ଜୁନ ଓ ପରିଣୀତି ୨୦୧୨ରେ ଏକତ୍ର ‘ଇସକଜାଦେ’ ଚଳଚ୍ଚିତ୍ର ଜରିଆରେ ହିଁ ବଲିଉଡ କ୍ୟାରିୟର ଆରମ୍ଭ କରିଥିଲେ। ପ୍ରଶଂସକଙ୍କ ମଧ୍ୟ ଇଚ୍ଛା ଯେ ଏହି ରିଲ୍ ଯୋଡ଼ି ଏବେ ବାସ୍ତବଜୀବନର ସାଥି ହୁଅନ୍ତୁ। ସୋସିଆଲ ସାଇଟ୍‌ରେ ଏ ନେଇ ଜୋର୍‌ସୋର୍‌ରେ ଚର୍ଚ୍ଚା ଚାଲିଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories