www.samajalive.in
Sunday, December 14, 2025
26.1 C
Bhubaneswar

ମୁହଁ ଚମକାଇବ ପାନପତ୍ର

ଆମ ଭିତରୁ ଅନେକ ଲୋକ ପାନ ଖାଇବାକୁ ପସନ୍ଦ କରନ୍ତି। ପ୍ରାୟତଃ ଲୋକେ ଖାଦ୍ୟ ଖାଇବା ପରେ ପାନ ଖାଆନ୍ତି। ଏମିତି କରିଲେ ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାନ ପାଚନ ତନ୍ତ୍ର ସୁସ୍ଥ ରହିଥାଏ। ଶୁଭ କାର୍ଯ୍ୟରେ ମଧ୍ୟ ପାନ ପତ୍ରର ବ୍ୟବହାର କରାଯାଇଥାଏ। ତେବେ ଏହା ହୁଏତ ବହୁତ୍‌ କମ୍‌ ଲୋକ ଜାଣିଥିବେ ଯେ ଅନେକ ରେଗ ଦୂର କରିବାରେ ପାନ ସହାୟକ ହୋଇଥାଏ। ଆଜି ଆମେ ଆପଣଙ୍କୁ କହିବୁ ପାନ ପତ୍ରର ଔଷଧିୟ ଗୁଣ ବିଷୟରେ –

ଚର୍ମରେ ଥିବା କଳା ଦାଗକୁ ଦୂର କରିବାରେ ପାନ ପତ୍ର ସହାୟକ ହୋଇଥାଏ। ଏଥିରେ ଆଣ୍ଟିବ୍ୟାକ୍ଟେରିଆଲ୍ ଏବଂ ଚର୍ମକୁ ଉଜ୍ବଳ କରିବା ଉପାଦାନ ଥାଏ।

- Advertisement -

ଚର୍ମ ସଂକ୍ରମଣ ଏବଂ ଆଲର୍ଜି ସମସ୍ୟା ଦୂର କରିବା ପାଇଁ ମଧ୍ୟ ପାନ ପତ୍ର ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଏଥିରେ ଥିବା ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିମାଇକ୍ରୋବାୟଲ୍ ଗୁଣ ଚର୍ମ ଆଲର୍ଜିକୁ ଭଲ କରିଥାଏ ।

ପାନ ପତ୍ରରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଛି । ଏଥିରେ ଥିବା ଫ୍ଲାଭୋନାଏଡ୍ ଏବଂ ପଲିଫେନୋଲ୍ ଫୁଲା ସମସ୍ୟାକୁ ହ୍ରାସ କରିଥାଏ।

କେବଳ ସେତିକି ନୁହେଁ ଯେଉଁମାନଙ୍କୁ କୋଷ୍ଠକାଠିନ୍ୟ ଭଳି ସମସ୍ୟା ରହିଛି ସେମାନେ ସକାଳୁ ଗୋଟିଏ ପାନ ପତ୍ର ଚୋବାଇ ଖାଆନ୍ତୁ। ଏହି ପାନପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ଆମର କାଶ ଭଳି ସମସ୍ୟାକୁ ଦୂର କରେ।

ଗୋଟିଏ ପାନ ପତ୍ରରେ ଚିନି ଦାନା ସଦୃଶ ଚୂନ ମିଶେଇ ଆପଣମାନେ ପ୍ରତି ଦିନ ସେବନ କଲେ ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଦୂର ହେବ।

ଯଦି ଆପଣଙ୍କ ଗଳା ବସିଜାଇଛି ବା ଗଳା ସଂକ୍ରମଣ ହୋଇଛି ତେବେ ଆପଣ ଗୋଟିଏ ପାନ ପତ୍ରକୁ ଏକ ଗ୍ଲାସ୍ ପାଣିରେ ଫୁଟେଇ ସେହି ପାଣିରେ ଗଳଗଳ କରନ୍ତୁ। ସେହିପରି ଚର୍ମଜନିତ ସମସ୍ୟା ଏବଂ ମୁହଁର ସମସ୍ୟା ପାଇଁ ମଧ୍ୟ ଏହାକୁ ବ୍ୟବହାର କରିପାରିବେ ।

ପାନ ପତ୍ର ବ୍ୟବହାର କରିବାର ପ୍ରଣାଳୀ:

– ପାନ ପତ୍ରକୁ ଶୁଖାଇ ଏହାର ଏକ ପାଉଡର ପ୍ରସ୍ତୁତ କରନ୍ତୁ। ଏଥିରେ ହଳଦୀ ଏବଂ ମହୁ ମିଶାଇ ଏହାକୁ ତ୍ୱଚାରେ ଲଗାନ୍ତୁ । ଏହି ପେଷ୍ଟକୁ ୨ ମିନିଟ୍ ରଖିବା ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏହାଦ୍ବାରା କଳାଦାଗ ଦୂର ହେବା ସହ ମୁହଁ ଉଜ୍ବଳ ହେବ।

– ପାନ ପତ୍ରକୁ ବାଟି ଚର୍ମରେ ଭଲ ଭାବରେ ଲଗାନ୍ତୁ। ଗୋଟିଏ ମିନିଟ୍ ପରେ ମୁହଁକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା ଚର୍ମରେ ଚକମ ଆସିଥାଏ ।

– ଏହି ପତ୍ରକୁ ଫୁଟାଇ ଏହାର ପାଣିରେ ମୁଖ ଧୋଇବା ମଧ୍ୟ ଲାଭଦାୟକ ହୋଇଥାଏ ।

 

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories