www.samajalive.in
Sunday, December 14, 2025
26.1 C
Bhubaneswar

କରୋନା ରୋଗୀଙ୍କ ମୁଖ୍ୟ ସମସ୍ୟା ଅମ୍ଳଜାନ ସ୍ତର କମିବା; ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ

କରୋନା ସାରା ବିଶ୍ବକୁ କବଳିତ କରି ରଖିଛି। ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅନେକ ଚେଷ୍ଟା କରି ମଧ୍ୟ ଲୋକେ ଏଥିରେ ଆକ୍ରାନ୍ତ ହେଉଛନ୍ତି। ତେବେ ଏହି କରୋନା କାଳରେ ମୁଖ୍ୟ ସମସ୍ୟା ସାଜିଛି ରୋଗୀ ଶରୀରରେ ଅମ୍ଳଜାନ ସ୍ତର କମିବା, ଯେଉଁଥିପାଇଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଛି। କିଛି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଥିବ ଯେ, ଶରୀରରେ ଅମ୍ଳଜାନ ସ୍ତର କମ୍‌ ହେଉଛି ବୋଲି ଆମେ କେମିତି ଜାଣିବା। ଘରେ ଚିକିତ୍ସିତ ହେଉଥିବା କରୋନା ରୋଗୀମାନଙ୍କ ଶରୀରରେ ଅମ୍ଳଜାନ ସ୍ତର କମିବାର ଲକ୍ଷଣ କ’ଣ ଏବଂ କେତେବେଳେ ଡାକ୍ତରଖାନା ଯିବା ଆବଶ୍ୟକ ତାହା ଜାଣିବା ନିହାତି ଜରୁରୀ। ଆସନ୍ତୁ ଜାଣିବା ଅମ୍ଳଜାନ ହ୍ରାସ ହେବାର ଲକ୍ଷଣ କ’ଣ ଏବଂ ଯଦି ଏପରି ଘଟେ ତେବେ କ’ଣ କରିବେ।

ଲକ୍ଷଣ :

- Advertisement -

ନିଃଶ୍ୱାସ-ପ୍ରଶ୍ୱାସରେ କଷ୍ଟ ହେବା: ଶରୀରରେ ହଠାତ୍ ଅମ୍ଳଜାନ ସ୍ତର କମିଗଲେ କରୋନା ରୋଗୀଙ୍କୁ ଶ୍ବାସକ୍ରିୟାରେ କଷ୍ଟ ଅନୁଭବ ହୁଏ। ରୋଗୀ ଛାତିରେ ଯନ୍ତ୍ରଣା, ଲଗାତାର କାଶ ଓ ଅଣନିଃଶ୍ୱାସୀ ଲାଗିବା ସହ ପ୍ରବଳ ମୁଣ୍ଡବିନ୍ଧା ଅନୁଭବ କରନ୍ତି। ତେବେ ଯଦି କରୋନା ରୋଗୀଙ୍କଠାରେ ଏଭଳି ଲକ୍ଷଣ ଦେଖାଯାଏ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ଏବଂ ଯଥାଶୀଘ୍ର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।

ଚେହେରା ନୀଳ ପଡ଼ିଯିବା: ଯଦି ଶରୀରରେ ଅମ୍ଳଜାନର ଅଭାବ ଥାଏ, ତେବେ ରୋଗୀଙ୍କ ଚେହେରାର ରଙ୍ଗ ନୀଳ ହେବାକୁ ଲାଗେ ଏବଂ ଓଠ ମଧ୍ୟ ନୀଳ ହୋଇଯାଏ। ଏହାକୁ ସିଆନୋସିସର ଲକ୍ଷଣ ମଧ୍ୟ କୁହାଯାଏ। ବାସ୍ତବରେ ସୁସ୍ଥ ଅମ୍ଳଜାନଯୁକ୍ତ ରକ୍ତ ଯୋଗୁ ଆମ ଚର୍ମ ଲାଲ କିମ୍ବା ଗୋଲାପୀ ଦେଖାଯାଏ। କିନ୍ତୁ ଯେତେବେଳେ ଶରୀର ଅମ୍ଳଜାନ ହରାଇବାକୁ ଲାଗେ, ସେତେବେଳେ ଏହିପରି ଲକ୍ଷଣ ଦେଖାଯାଏ।

କ’ଣ କରିବେ:

ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ: ଗୃହ ସଙ୍ଗରୋଧରେ ଥିବା ରୋଗୀମାନେ ସେମାନଙ୍କର ଅମ୍ଳଜାନ ସ୍ତରକୁ ନିୟମିତ ବ୍ୟବଧାନରେ ଯାଞ୍ଚ କରିବା ଉଚିତ୍। ଏଥିପାଇଁ ଘରେ ଏକ ପଲ୍ସ ଅକ୍ସିମିଟର ରଖନ୍ତୁ ଏବଂ ଏହାକୁ ହାତର ଆଙ୍ଗୁଳିରେ ଲଗାଇ ଅମ୍ଳଜାନ ସ୍ତର ଯାଞ୍ଚ କରନ୍ତୁ। ଯଦି ଆପଣଙ୍କ ଅମ୍ଳଜାନ ସ୍ତର ୯୪ରୁ ଅଧିକ ଅଛି, ତେବେ ଆପଣ ବିପଦମୁକ୍ତ ଅଛନ୍ତି ବୋଲି ଜାଣିବେ।

କେତେବେଳେ ରୋଗୀକୁ ଡାକ୍ତରଖାନାରେ ଭର୍ତ୍ତି କରିବେ: ଅଧିକାଂଶ କ୍ଷେତ୍ରରେ ବ୍ୟକ୍ତି ସଂକ୍ରମିତ ହେବା ମାତ୍ରେ ଶରୀରରେ ଅମ୍ଳଜାନ ସ୍ତର କମିଯାଉଛି। ଏଭଳି ସ୍ଥିତିରେ ରୋଗୀଙ୍କ SpO2 ସ୍ତର ଯଦି ୯୪ ରୁ ୧୦୦ ଭିତରେ ରହୁଛି ତେବେ ଏହା ସୁସ୍ଥ ଥିବାର ଲକ୍ଷଣ। କିନ୍ତୁ ଯଦି ଏହାର ସ୍ତର ୯୪ରୁ ତଳକୁ ଯାଉଛି ତେବେ ଏହା ହାଇପୋକ୍ସୋମିଆର କାରଣ ହୋଇପାରେ। ଏଭଳି କ୍ଷେତ୍ରରେ ଆପଣଙ୍କ ଶରୀରରେ ଅନେକ ସମସ୍ୟା ହୋଇପାରେ। ଯଦି ଅକ୍ସିଜେନ ସାଚୁରେଶନ ଲେଭଲ ୯୦ରୁ ତଳକୁ ଯାଏ ତେବେ ଜୀବନ ମଧ୍ୟ ଯାଇପାରେ। ତେଣୁ ଏଭଳି ପରିସ୍ଥିତି ଦେଖାଦେଲେ ରୋଗୀଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରନ୍ତୁ।

ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ରହିଲେ କ’ଣ କରିବେ: ଯଦି ରୋଗୀର ଅମ୍ଳଜାନ ସ୍ତର ୯୧ ରୁ ୯୪ ମଧ୍ୟରେ ଥାଏ, ତେବେ ଘରେ ପ୍ରୋନିଂ ଏକ୍ସରସାଇଜ୍ କରନ୍ତୁ। ତେବେ ଏହି ପ୍ରୋନିଂ ଏକ୍ସରସାଇଜ କେମିତି ହୁଏ ଏହାର ସୂଚନା ଆପଣ ଇଣ୍ଟରନେଟରେ ସହଜରେ ପାଇପାରିବେ। ତେବେ ଏହି ବ୍ୟାାୟମ କରିବା ଦ୍ୱାରା ରୋଗୀଙ୍କ ଶରୀରର ଅମ୍ଳଜାନ ସ୍ତରରେ ବୃଦ୍ଧି ଘଟିଥାଏ।

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories