www.samajalive.in
Monday, December 8, 2025
13.1 C
Bhubaneswar

ମହିଳା ଟ୍ୱେଣ୍ଟି-୨୦ : ଶ୍ରୀଲଙ୍କାକୁ ୧୩ ରନ୍‍ରେ ପରାସ୍ତ କଲା ଭାରତ

କାଟୁନାଏକେ (ଶ୍ରୀଲଙ୍କା) : ଘରୋଇ ଶ୍ରୀଲଙ୍କା ମହିଳା କ୍ରିକେଟ୍‍ ଦଳକୁ ପ୍ରଥମ ଟ୍ୱେଣ୍ଟି୨୦ ମ୍ୟାଚ୍‍ରେ ୧୩ ରନ୍‍ରେ ପରାସ୍ତ କରିଛି ଭ୍ରମଣକାରୀ ଭାରତ।
ଟସ୍‍ରେ ଜିତି ଶ୍ରୀଲଙ୍କା ଦଳ ପ୍ରଥମେ ବ୍ୟାଟିଂ କରିବାକୁ ଭାରତକୁ ଆମନ୍ତ୍ରଣ କରିଥିଲା। ଭାରତୀୟ ଦଳ ୨୦ ଓଭରରେ ୮ ୱିକେଟ୍‍ ହରାଇ ୧୬୮ ରନ୍‍ ସଂଗ୍ରହ କରିଥିଲା। ଦଳ ତରଫରୁ ତାନିଆ ଭାଟିଆ ୩୫ଟି ବଲ୍‍ରୁ ୬ଟି ଚୌକା ଓ ୧ଟି ଛକା ସହାୟତାରେ ସର୍ବାଧିକ ୪୬, ଜେମିମା ରୋଡ୍ରିଗେଜ୍‍ ଓ ଅନୁଜା ପାଟିଲ୍‍ ୩୬ ରନ୍‍ ଲେଖାଏଁ ସ୍କୋର କରିଥିଲେ। ମିତାଲି ରାଜ୍‍ ୧୭ ରନ୍‍ କରିଥିବା ବେଳେ ବେଦା କ୍ରିଷ୍ଣମୂର୍ତ୍ତି ୧୫ଟି ବଲରୁ ୨ଟି ଚୌକା ଓ ୧ଟି ଛକା ସହାୟତାରେ ୨୧ ରନ୍‍ କରି ଅପରାଜିତ ରହିଥିଲେ। ଜବାବରେ ଶ୍ରୀଲଙ୍କା ଦଳ ବ୍ୟାଟିଂ କରି ୧୯.୩ ଓଭରରେ ୧୫୫ ରନ୍‍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଦଳ ତରଫରୁ କୌଶଲ୍ୟା ୫ଟି ଚୌକା ଓ ୧ଟି ଛକା ସହାୟତାରେ ସର୍ବାଧିକ ୪୫ ରନ୍‍ କରିଥିବା ବେଳେ ବିୱାଇଏ ମେଣ୍ଡିସ୍‍ ୧୨ଟି ବଲ୍‍ରୁ ୫ଟି ଚୌକା ଓ ୨ଟି ଛକା ସହାୟତାରେ ୩୨, ଅଧିନାୟିକା ଜୟାନ୍‍ଗାନି ୫ଟି ଚୌକା ସହାୟତାରେ ୨୭ ରନ୍‍ କରିଥିଲେ। ଭାରତ ପକ୍ଷରୁ ପୁନମ ଯାଦବ ୪ଟି ୱିକେଟ୍‍ ଅକ୍ତିଆର କରିଥିଲେ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories