www.samajalive.in
Saturday, December 6, 2025
26.1 C
Bhubaneswar

ଭାରତ ଗସ୍ତରେ ଆଫଗାନ ରାଷ୍ଟ୍ରପତି : ଶାନ୍ତି ଓ ବୁଝାମଣା ପ୍ରକ୍ରିୟାକୁ ଭାରତର ସମର୍ଥନ

ନୂଆଦିଲ୍ଲୀ : ଆଫଗାନୀସ୍ତାନରେ ଶାନ୍ତି ସ୍ଥାପନ ପାଇଁ ଭାରତର ସମର୍ଥନ ଜାରି ରହିବ। ଆଫଗାନିସ୍ତାନରେ ହେଉଥିବା ଆତଙ୍କବାଦୀ ଆକ୍ରମଣ ଓ ହିଂସାକୁ ଭାରତ ଦୃଢ଼ ନିନ୍ଦା କରୁଛି ଏବଂ ଏହା ସେଠାରେ ମାନବ ସମ୍ବଳର ବ୍ୟାପକ କ୍ଷତି ଘଟାଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଫଗାନିସ୍ତାନ ରାଷ୍ଟ୍ରପତି ଆଶ୍‍ରଫ୍‍ ଘନିଙ୍କ ସହ ଆଲୋଚନା ସମୟରେ, ତାହାର ନିରାପତ୍ତା ଓ ସାର୍ବଭୌମତ୍ୱ ପ୍ରତି ଭାରତର ବଚନବଦ୍ଧତାକୁ ଶ୍ରୀ ମୋଦୀ ଦୋହରାଇଛନ୍ତି। ଆଫଗାନୀସ୍ତାନକୁ ଏକ ଐକ୍ୟବଦ୍ଧ, ଶାନ୍ତିପୂର୍ଣ୍ଣ, ସାମୂହିକ ତଥା ଗଣତାନ୍ତ୍ରିକ ରାଷ୍ଟ୍ରଭାବେ ଗଢ଼ିତୋଳିବା ନେଇ ଭାରତର ସହାୟତା ତାହାକୁ ଅର୍ଥନୈତିକ ଦୃଷ୍ଟିରୁ ଏକ ଶକ୍ତିଶାଳୀ ଦେଶଭାବେ ମୁଣ୍ଡ ଟେକିବାରେ ସହାୟତା କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫଗାନିସ୍ତାନ ନେତୃତ୍ୱରେ, ଆଫଗାନିସ୍ତାନ ଦ୍ୱାରା ପରିଚାଳିତ ତଥା ଆଫଗାନିସ୍ତାନ ପାଇଁ ଏକ ଶାନ୍ତି ଓ ବୁଝାମଣା ପ୍ରକ୍ରିୟା ପ୍ରତି ଭାରତର ସମର୍ଥନକୁ ଦୋହରାଇଛନ୍ତି। ଭାରତ- ଆଫଗାନିସ୍ତାନ ଭାଗିଦାରୀ ସମ୍ପର୍କର ବିଭିନ୍ନ ଦିଗକୁ ଦୁଇ ନେତା ସମୀକ୍ଷା କରିଛନ୍ତି। ରାଷ୍ଟ୍ରପତି ଘାନି ଆଫଗାନୀସ୍ତାନରେ ଶାନ୍ତି ଓ ବୁଝାମଣାକୁ ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ସଂକ୍ରାନ୍ତରେ ଶ୍ରୀ ମୋଦୀଙ୍କୁ ଅବଗତ କରାଇଛନ୍ତି। ଆଫଗାନୀସ୍ତାନ ସମ୍ମୁଖୀନ ହେଉଥିବା ଆତଙ୍କବାଦ ଓ ଉଗ୍ରବାଦ ବିଷୟରେ ମଧ୍ୟ ସେ ଶ୍ରୀ ମୋଦିଙ୍କୁ ଜଣାଇଛନ୍ତି। ଶ୍ରୀ ଘାନି ଦିନିକିଆ ଭାରତ ଗସ୍ତରେ ଆସିଛନ୍ତି।

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories