www.samajalive.in
Thursday, December 11, 2025
13.1 C
Bhubaneswar

ଶୁକ୍ରବାର ରାଶିଫଳ ୧୧.୦୨.୨୦୨୨

ମେଷ: ଉଚ୍ଚାଭିଳାଷୀ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଛି। ପ୍ରୀତିଭୋଜନରେ ଆପ୍ୟାୟିତ ହେବେ। ଉନ୍ନତିମୂଳକ ଯୋଜନା ପ୍ରସ୍ତୁତ କରିପାରନ୍ତି। ସାଂସାରିକ ସୁଖ ଅବ୍ୟାହତ ରହିବ।
ବୃଷ: ଧନଲାଭର ସୂଚନା ମିଳୁଛି। ଦ୍ରବ୍ୟ ଲାଭ ହୋଇପାରେ। ରୁଚିକର ଭୋଜନ ମିଳିବ। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ପଦୋନ୍ନତିର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହେବ।
ମିଥୁନ: ଉପୁଜିଥିବା ସମସ୍ୟାକୁ ଭ୍ରୂକ୍ଷେପ ନ କରି ଧର୍ମ-କର୍ମ ସମ୍ପାଦନ କରିପାରନ୍ତି। ଅତିଥି ସେବାରେ ଧନ ବ୍ୟୟ କରିବେ। ବିବାଦୀୟ ବିତର୍କରୁ ଓହରି ଯାଇପାରନ୍ତି। ଭାଷା ଓ ବ୍ୟବହାର ଭଦ୍ରୋଚିତ୍ତ ହେବ।
କର୍କଟ: କର୍ମ କୁଶଳତା ପ୍ରକାଶ ପାଇବ। ଉପୁଜିଥିବା ଦୁଶ୍ଚିନ୍ତା ମାନସପଟରୁ ଲିଭି ଯାଇପାରେ। ବିଭିନ୍ନ ସ୍ତରରୁ ସହଯୋଗର ହାତ ଲମ୍ବି ଆସିବ। ସରକାରୀ ସ୍ତରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି।
ସିଂହ: ବିଭିନ୍ନ ସ୍ତରରୁ ଅର୍ଥାଗମ ହୋଇପାରେ। ବନ୍ଧୁ ସହଯୋଗ ମିଳିବ। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। ସାଧନା ଫଳବତୀ ହେବ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ।
କନ୍ୟା: ଜୀବନ ସମୃଦ୍ଧ ଓ ସୁଖମୟ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତ୍ୟେକ କାର୍ଯ୍ୟ ସହଜ ସୁଲଭ ହେବ। କ୍ଷମତାଶୀଳ ହୋଇପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ପରୋପକାରୀ ହେବେ।
ତୁଳା: ସେବାପୂଜାରେ ନିଜକୁ ନିୟୋଜିତ କରିପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ସ୍ବାସ୍ଥ୍ୟ ପାଇଁ ଯତ୍ନଶୀଳ ହେବେ। ସନ୍ମାର୍ଗୀ ହେବେ। ପ୍ରତ୍ୟେକ କାର୍ଯ୍ୟରେ ସମୟାନୁବର୍ତ୍ତୀ ହୋଇପାରନ୍ତି।
ବିଛା: ନିର୍ବାହ କରୁଥିବା କାର୍ଯ୍ୟର ସଫଳ ରୂପାୟନ କରି ଲାଭବାନ୍‌ ହେବା ସହିତ ପ୍ରଶଂସାର ପାତ୍ର ହେବେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଶୁଭ କାର୍ଯ୍ୟ ସମ୍ପାଦନ କରିପାରନ୍ତି।
ଧନୁ: ବନ୍ଧୁ ମିଳନରେ ଆନନ୍ଦ ଅନୁଭବ କରିପାରନ୍ତି। ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରିୟଜନଙ୍କ ଶୁଭଚିନ୍ତକ ହେବେ।
ମକର: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋକ୍ଷ ବ୍ୟବସାୟରୁ ଲାଭବାନ୍‌ ହେବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଧର୍ମ-ଧାରଣାରେ ବ୍ରତୀ ହେବେ। ସାଧନାରେ ସିଦ୍ଧିପ୍ରାପ୍ତ ହେବେ।
କୁମ୍ଭ: ପରିଶ୍ରମ କଠିନ ହେଲେ ବି, ତା’ର ମୂଲ୍ୟାଙ୍କନ ହେବ। ଦୁଶ୍ଚିନ୍ତା ଦୂର ହେବ। ମନ ପ୍ରଫୁଲ୍ଲ ରହିବ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୃଷି କ୍ଷେତ୍ରରୁ କିଛିଟା ଆୟ ଆସିବ। ସ୍ଥିତପ୍ରଜ୍ଞ ହେବେ।
ମୀନ: ସରକାରୀ ସ୍ତରରୁ ମାନ୍ୟତା ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଠାକୁରଙ୍କ ଦର୍ଶନ ପାଇ ପରମ ଶାନ୍ତି ଲାଭ କରିପାରନ୍ତି। କର୍ତ୍ତବ୍ୟନିଷ୍ଟ ହେବେ। ସୁଖ-ସମ୍ଭୋଗ କରିପାରନ୍ତି। ଚିନ୍ତାଧାରା ମହତ ହେବ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories