www.samajalive.in
Friday, December 12, 2025
26.1 C
Bhubaneswar

ଆମାଜନ୍‍ ଆରମ୍ଭ କଲା ପ୍ରପେଲ ଷ୍ଟାର୍ଟଅପ ଆକ୍‍ସିଲରେଟ ସିଜନ-୨

ବେଙ୍ଗାଲୁରୁ: ଆମାଜନ୍‍ ଇଣ୍ଡିଆ ଗ୍ଲୋବାଲ ସେଲିଂ ପ୍ରପେଲ ଷ୍ଟାର୍ଟଅପ୍‍ ଆକ୍‍ସିଲରେଟରର ଦ୍ୱିତୀୟ ସିଜନ ଆରମ୍ଭ ସମ୍ପର୍କରେ ଘୋଷଣା କରିଛି ଏବଂ ଏହା ଏକ ପ୍ରୟାସ ଯାହା ଉଦୀୟମାନ ଭାରତୀୟ ବ୍ରାଣ୍ଡ୍‍ ସମୂହ ଏବଂ ଷ୍ଟାର୍ଟଅପଗୁଡିକୁ ସମଗ୍ର ବିଶ୍ୱର ଗ୍ରାହକଙ୍କ ନିକଟରେ ପହଞ୍ଚିବାକୁ ଉତ୍ସର୍ଗୀକୃତ ସମର୍ଥନ ଯୋଗାଇ ଦେବାକୁ ଡିଜାଇନ କରାଯାଇଛି।ଉପଭୋକ୍ତା ଉତ୍ପାଦଗୁଡିକ କ୍ଷେତ୍ରରେ ଥିବା ଆଦ୍ୟ ପର୍ଯ୍ୟାୟର ଷ୍ଟାର୍ଟଅପଗୁଡିକୁ ଆନ୍ତର୍ଜାତିକ ବଜାରରେ ପ୍ରବେଶ କରାଇବା ଏବଂ ଆମାଜନ୍‍ର ଗ୍ଲୋବାଲ ସେଲିଂ କାର୍ଯ୍ୟକ୍ରମ ଜରିଆରେ ଭାରତରୁ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‍ ସୃଷ୍ଟି କରିବାକୁ ଷ୍ଟାର୍ଟଅପ୍‍ ଆକ୍‍ସିଲରେଟର ଡିଜାଇନ କରାଯାଇଛି।

ଏଥିରେ ଅଂଶଗ୍ରହଣକାରୀ ଷ୍ଟାର୍ଟଅପଗୁଡିକ ଆମାଜନ୍‍ରୁ ମୋଟ ୧୦୦,୦୦୦ ଡଲାର ଇକ୍ୱିଟି ମୁକ୍ତ ଅନୁଦାନ ଜିତିବା ଏବଂ ତାହା ସହିତ ମାଗଣାରେ ୧୦,୦୦୦ ଡଲାର ମୂଲ୍ୟର ଏଡବ୍ଲ୍ୟୁଏସ୍‍ ଋଣ ପାଇବାର ସୁଯୋଗ ଲାଭ କରିବେ।ଏହି କାର୍ଯ୍ୟକ୍ରମ ଷ୍ଟାର୍ଟଅପ୍‍ଗୁଡିକୁ ସେମାନଙ୍କର ବ୍ୟବସାୟିକ କାର୍ଯ୍ୟକଳାପ ସହଭାଗୀ ଭିସି ସଂସ୍ଥା ସମୂହ ଆସେଲ୍‍, ଡିଏସ୍‍ଜି କଞ୍ଜୁମର ପାର୍ଟନର୍ସ, ଫାୟାର ସାଇଡ ଭେଞ୍ଚର୍ସ ଆଦିକୁ ପ୍ରଦର୍ଶିତ କରିବାକୁ ଏକ ସୁଯୋଗ ଯୋଗାଇ ଦେବ। ଲୋକପ୍ରିୟ ବଲିଉଡ ଅଭିନେତା ଏବଂ ଆଞ୍ଜେଲ ନିବେଶକ କୁନାଲ କପୁର ଏହି କାର୍ଯ୍ୟକ୍ରମରେ ମାର୍ଗଦର୍ଶକ ଭାବରେ ଯୋଗ ଦେଇଛନ୍ତି।

- Advertisement -

ଆମାଜନ୍‍ର ଇଣ୍ଡିଆ ଏବଂଏମର୍ଜି ମାର୍କେଟ୍‍ସ ଏସଭିପି ଅମିତ ଅଗ୍ରୱାଲ କହିଥିଲେ, ଉଦୀୟମାନ କମ୍ପାନୀଗୁଡିକୁ ସେମାନଙ୍କର ବ୍ୟବସାୟ କାର୍ଯ୍ୟକଳାପ ସର୍ବସମ୍ମୁଖକୁ ଆଣିବା ଏବଂ ଭାରତରୁ ଲୋକପ୍ରିୟ ବିଶ୍ୱସ୍ତରୀୟ ବ୍ରାଣ୍ଡ୍‍ ସୃଷ୍ଟିକରିବା ନିମନ୍ତେ ଗ୍ଲୋବାଲ ସେଲିଂ ପ୍ରପେଲ ଆକ୍‍ସିଲରେଟର ଡିଜାଇନ କରାଯାଇଛି।

ଉଦ୍‍ଘାଟନି ଅଧିବେଶନର ବିଜେତା ତଥା ସ୍ଲର୍ପ ଫାର୍ମର ସହ ପ୍ରତିଷ୍ଠାତା ମେଘନା ନାରାୟଣ କହିଛନ୍ତି, ବିଶ୍ୱ ବଜାରକୁ ସମ୍ପ୍ରସାରିତ ହେବା ଲକ୍ଷ୍ୟରେ ଆମେ କିଛି ବର୍ଷ ତଳେ ସ୍ଲର୍ପ ଫାର୍ମ ଆମାଜନରେ ଆରମ୍ଭ କରିଥିଲୁ।ସମଗ୍ର ବିଶ୍ୱରେ ମା’ମାନଙ୍କୁ ସେବା ଯୋଗାଇବା ସେମାନଙ୍କୁ ସେମାନଙ୍କ ପିଲାମାନଙ୍କୁ ପୁଷ୍ଟିକର ଖାଦ୍ୟ ଖୁଆଇବା ଉପରେ ଆମର ଦୃଷ୍ଟି ନିବଦ୍ଧ ଥିଲା, ଯାହା ସହଜ ଏବଂ ଶୀଘ୍ର ପ୍ରସ୍ତୁତ କରାଯାଇପାରିବ। ଗତବର୍ଷ ଆମାଜନ୍‍ ଗ୍ଲୋବାଲ ସେଲିଂ ପ୍ରପେଲ ଷ୍ଟାର୍ଟଅପ୍‍ ଆକ୍‍ସିଲରେଟ ଆମ ସଫଳତା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା।

Hot this week

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

Related Articles

Popular Categories