www.samajalive.in
Sunday, December 14, 2025
26.1 C
Bhubaneswar

ନବରଙ୍ଗପୁର ଜିଲାପାଳଙ୍କ ଡାକ୍ତରଖାନା ପରିଦର୍ଶନ, ଉତ୍ତମ ସ୍ୱାସ୍ଥ୍ୟ ସେବାର ସମୀକ୍ଷା

ନବରଙ୍ଗପୁର: ନବରଙ୍ଗପୁରସ୍ଥିତ ଖ୍ରୀଷ୍ଟିଆନ ଡାକ୍ତର ଖାନାରେ ଜିଲା ତଥା ଜିଲା ବାହାରୁ ଆସି ଚିକିସ୍ଥିତ ହେଉଥିବା ରୋଗୀମାନଙ୍କର ଉତ୍ତମ ଚିକିତ୍ସା ବିଶେଷ କରି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ୍ ସ୍ବାସ୍ଥ୍ୟ କାର୍ଡ ଧାରୀ ଠିକ୍ ଭାବରେ ସରକାରୀ ସୁବିଧା ପାଉଛନ୍ତି କି ନାହିଁ ସେ ସମ୍ପର୍କରେ ପଚାରି ବୁଝିବା ପାଇଁ ଆଜି ଜିଲାପାଳ ଡ.କମଳ ଲୋଚନ ମିଶ୍ର, ଏସପି ପିଏସ୍ ପୁରୁଷୋତ୍ତମ ଦାସ ଡାକ୍ତର ଖାନା ପରିଦର୍ଶନ କରିଥିଲେ।

 

- Advertisement -

ଏହି କାର୍ଯ୍ୟକ୍ରମରେ ଡାକ୍ତର ଖାନା ଅଧିକ୍ଷକ, ଡା. ସନ୍ତୋଷ କୁମାର ନାଗ, ଏବଂ ତାଙ୍କ କର୍ମଚାରୀ, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ହଳଧର ନିଆଲ, ଗଣ ମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ। ଜିଲାପାଳ ଡ. ମିଶ୍ର, ଏସପି ଶ୍ରୀ ଦାସ, ରୋଗୀମାନେ ଚିକିତ୍ସିତ ହେଉଥିବା ସମସ୍ତ ୱାର୍ଡ ବୁଲି ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଥିଲେ। ଡାକ୍ତରଖାନାରେ ମିଳୁଥିବା ଉତ୍ତମ ସେବା ଏବଂ ବିଶେଷ କରି ବିଜୁ କଲ୍ୟାଣ ସ୍ବାସ୍ଥ୍ୟ ସ୍ମାର୍ଟ୍ ସ୍ବାସ୍ଥ୍ୟ କାର୍ଡ ଦ୍ବାରା ସରକାରଙ୍କଠାରୁ ପାଉଥିବା ସ୍ୱତନ୍ତ୍ର ସୁବିଧା ସମ୍ପର୍କରେ ଚିକିତ୍ସିତ ହେଉଥିବା ରୋଗୀମାନେ ଖୁସି ଥିବା କହିଥିଲେ ଏବଂ ଏଥିପାଇଁ ଜିଲାପାଳଙ୍କୁ ପ୍ରଶଂସା କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ୍ ହେଲଥ କାର୍ଡ ଉପଭୋକ୍ତା କିପରି ଏହାର ସୁଫଳ ପାଇବେ ସେ ସଂପର୍କରେ ଜିଲାପାଳ ସୂଚନା ଦେଇ ସମସ୍ତ ରୋଗୀଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories