www.samajalive.in
Saturday, December 13, 2025
21.1 C
Bhubaneswar

ଖିଣ୍ଡା ଗ୍ରାମପଞ୍ଚାୟତରେ ୬ଜଣ ସରପଞ୍ଚ ପ୍ରାର୍ଥୀ; ପାନୀୟ ଜଳ, ବିସ୍ଥାପନ, ସ୍ୱାସ୍ଥ୍ୟ ଏବଂ ନିଯୁକ୍ତି ମୁଖ୍ୟ ସମସ୍ୟା

ରେଙ୍ଗାଲି: ଭାରତୀୟ ମୁକ୍ତି ସଂଗ୍ରାମର ଅନମନୀୟ ସେନାପତି ବିପ୍ଳବୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମପୀଠ ହୋଇଥିବାରୁ ଖିଣ୍ଡା ଗ୍ରାମପଞ୍ଚାୟତର ଏକ ସ୍ୱତନ୍ତ୍ର ଖାତି ଓ ପରିଚୟ ରହିଛି। କିନ୍ତୁ ବିଡମ୍ବନାର ବିଷୟ ଯେ ସାରା ଦେଶରେ ଖ୍ୟାତି ଏବଂ ପ୍ରସିଦ୍ଧି ଥିବା ଖିଣ୍ଡା ଗ୍ରାମପଞ୍ଚାୟତ ସ୍ୱାଧୀନତା ପ୍ରାପ୍ତିର ୭୪ ବର୍ଷ ପରେ ମଧ୍ୟ ନାନା ପ୍ରକାର ମୌଳିକ ସମସ୍ୟାରେ ଛନ୍ଦି ହୋଇ ରହିଯାଇଛି। ଅନେକ ନିର୍ବାଚନ ଆସିଛି ଯାଇଛି। ବହୁତ ନେତା ମନ୍ତ୍ରୀ ଖିଣ୍ଡାକୁ ଆସି ବିକାଶ ଯୋଜନା ନାଁରେ ମାଳମାଳ ପ୍ରତିଶ୍ରୁତି ଦେଇଯାଇଛନ୍ତି। କିନ୍ତୁ ସବୁ ପ୍ରତିଶ୍ରୁତି ଧୁଆଁବାଣ ପାଲଟିଛି। ଖିଣ୍ଡା, ତଲବିରା ଏବଂ ଦନ୍ତାମୁରା ୩ଟି ରାଜସ୍ୱ ଗ୍ରାମକୁ ନେଇ ୬୦ଦଶକରେ ଗଠିତ ହୋଇଥିବା ଖିଣ୍ଡା ଗ୍ରାମପଞ୍ଚାୟତର ମୋଟ୍‍ ଭୋଟର ସଂଖ୍ୟା ୩୯୧୩। ସେଥିମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୨୦୩୦ ଏବଂ ମହିଳା ଭୋଟରଙ୍କ ସଂଖ୍ୟା ୧୮୮୩।

ହୀରାକୁଦ ଜଳଭଣ୍ଡାର ପାର୍ଶ୍ବରେ ଥାଇ ମଧ୍ୟ ଖିଣ୍ଡା ଗ୍ରାମପଞ୍ଚାୟତର ଜନ ସାଧାରଣ ଉତ୍କଟ ପାନୀୟ ଜଳ ସମସ୍ୟାରେ ଦହଗଞ୍ଜ ହେଉଛନ୍ତି। କମ୍ପାନୀର ଟେଙ୍କର ଯୋଗେ ଦିଆଯାଉଥିବା ପାଣିକୁ ଲୋକେ ଚାତକ ଭଲି ଚାହିଁ ବସିଛନ୍ତି। ଜଳ ଭଣ୍ଡାରରୁ ବିଭିନ୍ନ କମ୍ପାନୀକୁ ଅଯାଚିତ ଭାବରେ ପାଣି ଦିଆଯାଉଥିବା ବେଳେ ହୀରାକୁଦ ନଦୀବନ୍ଧରେ ବିସ୍ଥାପିତ ହୋଇ ଖିଣ୍ଡା ଅଞ୍ଚଳରେ ପୁର୍ନବସତି ସ୍ଥାପନ କରିଥିବା ଖିଣ୍ଡା ପଞ୍ଚାୟତର ବାସିନ୍ଦା ପିଇବା ପାଣି ପାଇଁ ଛଟପଟ ହେଉଛନ୍ତି। ଏହି ପଞ୍ଚାୟତର ଦନ୍ତାମୁରା ଗ୍ରାମରେ ପାନୀୟ ଜଳର ଘୋର ସଙ୍କଟ ଥିବା ବେଳେ ଗାଁକୁ ପିଇବା ପାଣିର ବ୍ୟବସ୍ଥା ନକରି ଗାଁ ପାଖରେ ଇନଟେକ୍‍ ସେଲ୍‌ଫ ସ୍ଥାପନ କରି ହୀରାକୁଦ ଜଳ ଭଣ୍ଡାରରୁ କାରଖାନାକୁ ପାଣି ନିଆଯାଉଛି। ପିଇବା ପାଣି ବ୍ୟତୀତ ଶିଳ୍ପ ସମୃଦ୍ଧ ଖିଣ୍ଡା ପଞ୍ଚାୟତବ ରେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ନଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଖଣି ଖାଦାନ ଏବଂ କଳ କାରଖନାର ପ୍ରଭାବ ଯୋଗୁଁ ଅଞ୍ଚଳରେ ନାନା ପ୍ରକାର ରୋଗ ର ପ୍ରାଦୁର୍ବାବ ଦେଖା ଦେଉଛି। ଖିଣ୍ଡାଠାରେ ମାତ୍ର ଜଣେ ଡାକ୍ତର ରହୁଥିବା ସରକରୀ ଡାକ୍ତରଖାନାରୁ ଲୋକେ ଚାହିଦା ମୁତାବକ ସ୍ୱାସ୍ଥ୍ୟ ସେବା ପାଇ ପାରୁନାହାନ୍ତି। ଖିଣ୍ଡା ଡାକ୍ତରଖାନାର ସଂପ୍ରସାରଣ କରି ଏକାଧିକ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦେଇ ଏକ ଉନ୍ନତମାନର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ଦାବୀ ହେଉଛିଏ। ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତ ହୋଇ ଦନ୍ତାମୁରା ଏବଂ ଖିଣ୍ଡା ମୌଜାରେ ପୁର୍ନବସତି ସ୍ଥାପନ କରିଥିବା ପରିବାର କୁ ଘର ଡିହ ଜମି ଏବଂ ଡିସି ପଟ୍ଟା ଏପର୍ଯ୍ୟନ୍ତ ଦିଅଯାଇ ନାହିଁ।ନେତା, ମନ୍ତ୍ରୀ ଏବଂ ଜିଲ୍ଲା ପ୍ରଶାସନ ନିକଟରେ ଅସଂଖ୍ୟ ଥର ଦାବି କରାଯାଇଥିଲେ ବି କୌଣସି ସୁଫଳ ମିଲୁନାହିଁ। ଫଳରେ ଜନସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଖିଣ୍ଡାରେ ସମ୍ବଲପୁର ଜିଲ୍ଲାର ସର୍ବପ୍ରଥମେ ହିଣ୍ଡାଲକୋ କୋଇଲା ଖଣି ଆରମ୍ଭ ହୋଇଥିଲା। ହୀରାକୁଦ ନଦୀ ବନ୍ଧ ଯୋଜନାରେ ଥରେ ବିସ୍ଥାପିତ ହୋଇଥିବା ପରିବାର କୋଇଲା ଖଣି ଯୋଗୁଁ ପୁଣି ଥରେ ବିସ୍ଥାପିତ ହେଲେ। ହିଣ୍ଡାଲୋକ ପରେ ଏବେ ଏନ୍‍.ଏଲ୍‍.ସି କମ୍ପାନୀ କୋଇଲା ଖଣିର କୟା ବିସ୍ତରା କରି ଅଞ୍ଚଳର ଜମି ଜଙ୍ଗଳ ଅଧିଗ୍ରହଣ କରିବା ଫଳରେ ବିସ୍ତାପନ ସଂଖୟ ବୃଦ୍ଧି ପାଇଛି। ପ୍ରଥମ ବିସ୍ଥାପନ ସମସ୍ୟା ର ଅସମାହିତ ଥିବା ବେଳେ କୋଇଲା ଖଣି ବିସ୍ଥାପନ ର ଅନେକ ସମସ୍ୟା ମଧ୍ୟ ଅସମାହିତ। କୋଇଲା ଖଣି ଯୋଗୁଁ ଜମିବାଡି ହରାଇଥିବା ବହୁ ପରିବାରର ବେକାର ଯୁବକ/ଯୁବତୀଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତି ମିଳି ନାହିଁ। ଖଣି ଓ କାରଖାନାର ପ୍ରଦୁଷଣ ଯୋଗୁଁ ଅଞ୍ଚଳର ବନ୍ଧକଟା ଆଦି ପାରମ୍ପାରିକ ଜଳ ଉତ୍ସର ପାଣି ଦୂଷିତ ହେଉଥିବାରୁ ଲୋକଙ୍କ ସ୍ଥାସ୍ଥ୍ୟ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବାରୁ ଜଳଶୟର ପାଣି ବ୍ୟବହାର ସମସ୍ୟା ସୃଷ୍ଟି କରୁଛି। ଏହି ପଞ୍ଚୟତର ୩ଟି ଯାକ ରାଜସ୍ୱ ଗ୍ରାମରେ ଏପର୍ଯ୍ୟନ୍ତ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇନାହିଁ। ଖିଣ୍ଡା ଛକରୁ ବାବୁଖିଣ୍ଡା ପର୍ଯ୍ୟନ୍ତ ଷ୍ଟ୍ରିଟ୍‍ ଲାଇଟ୍‍ କାମ ଅଧାପନ୍ତରିଆରେ ପଡି ରହିଛି। ଖଣିଜ ପାଣ୍ଠି ଏହି ପଞ୍ଚାୟତର ବିକାଶ କାମରେ ଯେପରି ବିନିଯୋଗ ହେବା କଥା ହେଉନାହିଁ ବୋଲି ଲୋକେ ଅଭିଯୋଗ କରୁଛନ୍ତି। ଏହି ପଞ୍ଚାୟତ ରେ ଏକ ଆଇଟିଆଇ ସ୍କୁଲ ଏବଂ ଉଚ୍ଚ ଶିକ୍ଷା ପାଇଁ ଏକ କଳେଜ ପ୍ରତିଷ୍ଟା ପାଇଁ ଜନସାଧାରଣରେ ଦାବୀ ହେଉଛି। ଅନେକ ପଡା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ଅବସ୍ଥା ରେ ପଡିରହିଛି। ସଂଗ୍ରାମୀ ପୀଠ ଖିଣ୍ଡାକୁ ଏକ ଆଦର୍ଶ ଗ୍ରାମ ଏବଂ ଦେଶର ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ରୂପେ ବିକଶିତ କରିବାକୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମନ୍ତ୍ରୀମାନେ ଦେଇଥିବା ପ୍ରତିଶ୍ରୁତି ପାଳନ ହେଉ ନଥିବାରୁ ଜନସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଉଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories