www.samajalive.in
Saturday, December 13, 2025
26.1 C
Bhubaneswar

ଘରେ ରହିବେ ନାହିଁ ମଶା ; ଆପଣାନ୍ତୁ ସରଳ ଉପାୟ

ଘରେ ଘରେ ମଶା। ସନ୍ଧ୍ୟା ହେଲେ ମଶା କାମୁଡିବା ଲୋକଙ୍କ ମୁଣ୍ଡ ବିନ୍ଧାର କାରଣ। ଏହାସହ ମଶାଙ୍କ କାରଣରୁ ବ୍ୟାପୁଥିବା ବିଭିନ୍ନ ମାରାତ୍ମକ ରୋଗ ଅନେକ ସମୟରେ ଭୟ ସୃଷ୍ଟି କରିଥାଏ। ସନ୍ଧ୍ୟା ସମୟ ବ୍ୟତୀତ ଡେଙ୍ଗୁ ମଶା ଦିନ ସମୟରେ ମଧ୍ୟ କାମୁଡି ଥାଆନ୍ତି। ତେବେ ମଶା ଦାଉରୁ ରକ୍ଷା ପାଇପା ପାଇଁ ବିଭିନ୍ନ ଜିନିଷ ବ୍ୟବହାର କରାଯାଉଥିଲେ ମଧ୍ୟ କିଛି ଘରୋଇ ଉପାୟ ଆପଣାଇ ପାରିବେ।
ଘରର କକ୍ଷରେ କର୍ପୁର ଜଳାଇ ୧୦ ମିନିଟ ପାଇଁ ଘରର ସମସ୍ତ ଝରକା ଓ କବାଟ ବନ୍ଦ କରି ଦିଅନ୍ତୁ। ଏହାଦ୍ୱାରା ମଶା ଘରେ ରହିବେ ନାହିଁ।
କକ୍ଷରେ ରସୁଣ ରସ ଛିଞ୍ଚିକି ପକାଇବା ଦ୍ୱାରା ମଧ୍ୟ ମଶା ରହିଥାଆନ୍ତି।
ଲାଭେନଡର ଫୁଲର ତେଲକୁ ପ୍ରାକୃତିକ ସ୍ପ୍ରେ ଭାବରେ ଘରେ ବ୍ୟବହାର କରି ପାରିବେ।
ଜୁଆଣୀ ଓ ସୋରିଷ ତେଲରକୁ ମିଶାଇ ଏହାକୁ ଘରର ଏକ ଉଚ୍ଚ ସ୍ଥାନରେ ରଖନ୍ତୁ। ଏହାର ବାସ୍ନାରେ ଘରେ ମଶା ରହିବେ ନାହିଁ।
ଘରର କକ୍ଷ କଣରେ ପୁଦିନା ପତ୍ର କିମ୍ବା ଏହାର ତେଲକୁ ବ୍ୟବହାର କରନ୍ତୁ। ଏହାର ବାସ୍ନା ଘରେ ମଶା ରହିବେ ନାହଁ।
ଟି ଟ୍ରି ଅଏଲକୁ ପାଣିରେ ମିଶାଇ ଏହାକୁ ହାତ,ଗୋଡ ଆଦି ସ୍ଥାନରେ ଲଗାନ୍ତୁ। ଫଳରେ ବାହାରକୁ ଗଲେ ମଧ୍ୟ ମଶା କାମୁଡିବେ ନାହିଁ।
ଘରର କକ୍ଷରେ କଟା ଲେମ୍ବୁ,ଲବଙ୍ଗ ଆଦି ମଧ୍ୟ ରଖିବା ଦ୍ୱାରା ମଶା ରହିବେ ନାହିଁ।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories