www.samajalive.in
Sunday, December 7, 2025
26.1 C
Bhubaneswar

ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର ; ଅଭିଯୁକ୍ତ ଥାନାରେ ଅଟକ 

ବେଗୁନିଆ : ବେଗୁନିଆ ତହସିଲ ଅଧିନସ୍ଥ ବାଘମାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜନୈକ ବ୍ୟକ୍ତି ଦୁର୍ବ୍ୟବହାର କରିବା ସହିତ କାର୍ଯ୍ୟାଳୟରୁ ସରକାରୀ କାଗଜ ପତ୍ର ନେଇ ପଳାଇଯାଇଥିଲେ । ବାଘମାରୀ ପୁଲିସ ଅଭିଯୋଗ ପାଇ ଅଭିଯୁକ୍ତକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି । ବାଘମାରୀ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକ ନଥିବାବେଳେ ଅମିନ ବୁଟୁ ସାହୁ ଦାୟିତ୍ୱରେ ଥାଇ ସମସ୍ତ କାର୍ଯ୍ୟ କରୁଥିଲେ । ଆଜି ଅପରାହ୍ନରେ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ବେଙ୍ଗିଟାଙ୍ଗି ଗ୍ରାମର ଦୁଷ୍ମନ୍ତ ସାମନ୍ତରାୟ ତାଙ୍କର କୌଣସି କାମରେ ସମ୍ପୃକ୍ତ କାର୍ଯ୍ୟାଳୟକୁ ଆସି କାର୍ଯ୍ୟ ନହେବାରୁ ଶ୍ରୀ ସାହୁଙ୍କ ସହିତ ଯୁକ୍ତିତର୍କ ହୋଇଥିଲା । ତା’ପରେ ସେ ଗାଳିଗୁଲଜ କରି ସରକାରୀ କାଗଜପତ୍ର ନେଇ ପଳାଇଯାଇଥିଲେ । ବୁଟୁ ସାହୁ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁଷ୍ମନ୍ତଙ୍କୁ ଥାନାକୁ ଆଣି ତାଙ୍କ ଠାରୁ ସରକାରୀ କାଗଜ ପତ୍ର ଉଦ୍ଧାର କରି ତାଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories