ମୁମ୍ବଇ: ଅମିତାଭ ବଚ୍ଚନ ଅଭିନୀତ ଚଳଚ୍ଚିତ୍ର ‘ଝୁଣ୍ଡ୍’ର ଟିଜର୍ ମଙ୍ଗଳବାର ରିଲିଜ୍ ହୋଇଛି। ଏଥିରେ ବିଗ୍ ବିଙ୍କ ସ୍ମାର୍ଟ ଲୁକ୍ ଦେଖିବାକୁ ମିଳିଛି। ମାର୍ଚ୍ଚ ୪ ତାରିଖରେ ‘ଝୁଣ୍ଡ୍’ ପ୍ରେକ୍ଷାଳୟକୁ ଆସିବ।
ଟିଜରରେ ଅମିତାଭ ପିଲାମାନଙ୍କ ସହ ନଜର ଆସିଛନ୍ତି। ଏଥିରେ ବିଗ୍ ବିଙ୍କ ବ୍ୟତୀତ କିଛି ଯୁବକଙ୍କୁ ଦେଖିବାକୁ ମିଳିଛି, ଯେଉଁମାନେ ବିଭିନ୍ନ ଜିନିଷ ମାଧ୍ୟମରେ ସଙ୍ଗୀତ ତିଆରି କରୁଛନ୍ତି। ଏହା ନାଗରାଜ ପୋପଟରାଓ ମଞ୍ଜୁଲେଙ୍କ ହିନ୍ଦୀ ନିର୍ଦେଶନାର ଦ୍ବିତୀୟ ଚଳଚ୍ଚିତ୍ର। ସେ ଲୋକପ୍ରିୟ ମରାଠୀ ଚଳଚ୍ଚିତ୍ର ‘ସୈରାଟ’ ଓ ‘ଫେଣ୍ଡ୍ରୀ’ ପାଇଁ ବେଶ୍ ପରିଚିତ। ୟ
‘ଝୁଣ୍ଡ୍’କୁ ନେଇ ଅନେକ ଥର ଓଟିଟି ରିଲିଜ୍ କଥା ସାମ୍ନାକୁ ଆସିଛି। ଫିଲ୍ମଟି ‘ସ୍ଲମ୍ ସକର୍ ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା କୋଚ୍ ବିଜୟ ବରସେଙ୍କ ଜୀବନ କାହାଣୀ ଉପରେ ଆଧାରିତ। ବିଗ୍ ବି ଏଥିରେ ବିଜୟ ବରସେଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଟି-ସିରିଜ୍, ତାଣ୍ଡବ ଫିଲ୍ମସ୍ ଏଣ୍ଟରଟେନମେଣ୍ଟ ଓ ଆଟପତ ବ୍ୟାନରରେ ଫିଲ୍ମକୁ ନିର୍ମାଣ କରାଯାଇଛି।



