www.samajalive.in
Friday, December 12, 2025
19.1 C
Bhubaneswar

ଅଂଶୁପାରେ ପର୍ଯ୍ୟଟକଙ୍କ ଭିଡ- ପ୍ରକୃତି ଉଦ୍ୟାନ ଦେଖିବା ପାଇଁ ଅଧିକ ଆଗ୍ରହ

ବାଙ୍କୀ (ସ.ପ୍ର)-କୋଭିଡ କଟକଣାରେ ବନ୍ଦଥିବା ପ୍ରାକୃତିକ ହ୍ରଦ ଅଂଶୁପାକୁ ପର୍ଯ୍ୟଟକଙ୍କ ଆଗମନ ଧିରେ ଧିରେ ବଢୁଛି । ସୂଚନା ଅନୁଯାଇ ଗତ ଶୁକ୍ରବାର ଠାରୁ ଅଂଶୁପା ପର୍ଯ୍ୟଟକଙ୍କ ପାଇଁ ନିର୍ଦ୍ଧାରିତ ସମୟ ସୀମାରେ ଖୋଲିବା ଆରମ୍ଭ ହୋଇଛି ।

- Advertisement -

କୋଭିଡ କଟକଣା ସହିତ କମ୍ ସଂଖ୍ୟକ ପର୍ଯ୍ୟଟକ ପୃଥକ ପୃଥକ ଭାବରେ ପ୍ରାକୃତିକ ଉଦ୍ୟାନ ମଧ୍ୟରେ ଭ୍ରମଣ କରିବାର ସୁଯୋଗ ମିଳିଛି । ସ୍ୱଂୟସହାୟକ ଗୋଷ୍ଠୀର ସଦସ୍ୟମାନେ ପର୍ଯ୍ୟଟକଙ୍କ ଆଗମନ ଯୋଗୁଁ ରୋଜଗାରର ସୁଯୋଗ ମିଳିଥିବା କହିଛନ୍ତି । ଗତ ସରସ୍ୱତୀ ପୂଜାରେ ଅଧିକ ମାତ୍ରାରେ ଯୁବ ପର୍ଯ୍ୟଟକମାନେ ଆସୁଥିବାରୁ ୨୫ ହଜାର ଟଙ୍କାର ମୋଟ୍ ଆୟ ରହିଥିଲା ବେଳେ ସୋମବାର ଦିନ ପ୍ରାୟ ୨୦୦ ପର୍ଯ୍ୟଟକ ଆସିଥିବା ଜଣାପଡିଛି । ନୈକା ବିହାର ଟିକଟ ଘରେ ୧୮୦୦ ଟଙ୍କାର ଟିକେଟ୍ ବିକ୍ରି ହୋଇଥିଲା ବେଳେ ମୁଖ୍ୟ ପ୍ରବେଶ ଦ୍ୱାରରେ ୨୭୦୦ ଟଙ୍କା କରି ମୋଟ୍ ୪୫୦୦ ଟଙ୍କା ଆୟ ହୋଇଛି ।

ଦୀର୍ଘଦିନ ପରେ ମଧୁର ଜଳ ହ୍ରଦ ଅଂଶୁପାରେ ପର୍ଯ୍ୟଟକଙ୍କ ପାଇଁ ପ୍ରକୃତି ଉଦ୍ୟାନ ଓ ନୈାକା ବିହାର ଖୋଲା ରହିଥିବାରୁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଏହାକୁ ବୁଲିବା ପାଇଁ ଆଗ୍ରହ ବଢିଛି । ମାତ୍ର ଅଂଶୁପା କୂଳବର୍ତ୍ତୀ କୈାଣସି ସ୍ଥାନରେ ବଣଭୋଜି କରିବାର ଅନୁମତି ମିଳି ନଥିବା ଜଣାପଡିଛି । ବର୍ତ୍ତମାନ ଶୀତର ଲହରୀ ଥିବା ହେତୁ ଆସନ୍ତା ସପ୍ତାହ ବେଳକୁ ସ୍ଥାନୀୟ ପର୍ଯ୍ୟଟକଙ୍କ ସହିତ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଭିଡ ଜମିବ ଯାହା ଦ୍ୱାରା ସ୍ଥାନୀୟ ମହିଳା ସ୍ୱଂୟସହାୟକ ଗୋଷ୍ଠୀର ମହିଳା ମାନେ ଜୀବିକା ପାଇ ରୋଜଗାରକ୍ଷମ ହେବେ ବୋଲି ଆଶା ରଖିଛନ୍ତି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories