www.samajalive.in
Sunday, December 14, 2025
26.1 C
Bhubaneswar

ଅଳକା ଆଶ୍ରମର ଭିତି ପ୍ରସ୍ତର ସ୍ଥାପନ

ସୁଆଣ୍ଡୋ  :  ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ସାଧନା ପୀଠ ତଥା ସୁପରିଚିତ ଅଳକା ଆଶ୍ରମର ସ୍ମୁତିକୁ ଜନମାନସରେ ପ୍ରଚାର ପ୍ରସାର କରିବା ଲକ୍ଷ୍ୟ ନେଇ ଜଗତସିଂହପୁର ଚାଟରା ଗ୍ରାମ ରେ ଆଶ୍ରମର ପୁନରୁଦ୍ଧାର ପାଇଁ ଭିତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ୧୯୨୧ ମସିହାରେ ତତ୍କାଳୀନ ଉତ୍କଳ କଂଗ୍ରେସ ସଭାପତି ଉତ୍କଳମଣି ଗୋପବନ୍ଧୁ ଦାସ ଅଳକା ଆଶ୍ରମର ଶୁଭ ଉଦଘାଟନ କରିଥିବା ବେଳେ ପୁନରାୟ ଏହି ଆଶ୍ରମର ପୁନରୁଦ୍ଧାର ପାଇଁ ତାଙ୍କର ନାତି ଧୀରେନ୍ଦ୍ର ନାଥ ଦାସ ଦ୍ୱାରା ଭିତି ପ୍ରସ୍ତର ସ୍ଥାପନ କରାଯାଇଛି । ଏହାର ନିର୍ମାଣ କାର୍ୟ୍ୟ ୧ ବର୍ଷ ମଧ୍ୟରେ ଶେଷ କରାଯିବ ବୋଲି ଅଳକା ଆଶ୍ରମ ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ।

ତତକାଳୀନ କଂଗ୍ରେସ କମିଟି ସଂପାଦକ ଭାଗିରଥି ମହାପାତ୍ର ଙ୍କ ଦ୍ୱାରା ଏହି ଆଶ୍ରମ ନିର୍ମାଣ କରାଯାଇ ଥିଲା । ଏହି ପରିପ୍ରେକ୍ଷୀରେ ଅଳକା ଆଶ୍ରମ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ସଭାରେ ଶ୍ରୀ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଲକ୍ଷ୍ମିପ୍ରକାଶ ମହାପାତ୍ର ସଭାପତିତ୍ୱ କରିଥିଲେ । ପ୍ରଫେସର ନିହାରରଞ୍ଜନ ପଟ୍ଟନାୟକ ମୁଖ୍ୟ ବକ୍ତା, ଇଂ ପ୍ରଭାକର ସ୍ୱାଇଁ, ସର୍ବୋଦୟ ନେତ୍ରୀ ବିରଜା ଦେବୀ, ଡ, ବିଶ୍ଵଜିତ ପଟ୍ଟନାୟକ, ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ପ୍ରଥମେ ଅତିଥି ମାନେ ପଣ୍ଡିତ ଗୋପବନ୍ଧୁ ଦାସ, ନାରୀନେତ୍ରୀ ସ।ରଳା ଦେବୀ, ସ୍ୱାଧୀନତା ସଂଗ୍ରାମୀ ଭାଗୀରଥି ମହାପାତ୍ର ଙ୍କ ଫଟୋ ଚିତ୍ର ରେ ମାଲ୍ୟାର୍ପଣ , ପ୍ରଦୀପ ପ୍ରଜ୍ୱଳନ ପରେ ସଭାକାର୍ୟ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା ।
ଅଳକା ଆଶ୍ରମ ର ଅତୀତର ସ୍ମୁତି କୁ ଉଜ୍ଜିବୀତ କରିବାକୁ ଆରମ୍ଭ ହୋଇଥିବା ଉଦ୍ୟମ କୁ ଅତିଥି ମାନେ ପ୍ରଶଂସା କରିଥିଲେ। ଏହା ପୁନରୁଦ୍ଧାର ହୋଇପାରିଲେ ଆଗାମୀ ପିଢି ଅଳକା ଆଶ୍ରମ ର ଗୌରବ ଗାଥା ଜାଣିପାରିବେ ବୋଲି ମୁଖ୍ୟ ଅତିଥି ଶ୍ରୀ ଦାସ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧୀନତା ସଂଗ୍ରାମୀ ବ୍ରଜକିଶୋର ରାଉତ, ବିମ୍ବାଧର ମୁଦୁଲି, ଭାଗିରଥି ସ୍ୱାଇଁ, ସାମ୍ବାଦିକ ଗୁରୁକଲ୍ୟାଣ ମହାପାତ୍ର, କବିତା ମହାପାତ୍ର, ବିନାୟକ ପଟ୍ଟନାୟକ, ସର୍ବୋଦୟ କର୍ମୀ ଗୌରାଙ୍ଗ ଚରଣ ମହାପାତ୍ରଙ୍କ ସହିତ ଅଧ୍ୟାପକ, ଶିକ୍ଷକ, ଯନ୍ତ୍ରୀ , ଶିକ୍ଷକ, ସାହିତ୍ୟିକ, ଲେଖକ, କବି ଓ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ। ଜ୍ଞାନରଂଜନ ପଟ୍ଟନାୟକ ମଂଚ ପରିଚାଳନା କରିଥିବା ବେଳେ ନିରଂଜନ ବାରିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।ଟ୍ରଷ୍ଟ ପକ୍ଷରୁ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶୀତା ପ୍ରଦର୍ଶନ କରିଥିବା ୫ ଜଣ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories