www.samajalive.in
Saturday, December 13, 2025
26.1 C
Bhubaneswar

ସାଂସଦ ଭାବେ କୌଣସି ଭତ୍ତା ନେଇ ନ ଥିଲେ

ନୂଆଦିଲ୍ଲୀ  : ରାଜ୍ୟସଭାର ସାଂସଦ ଭାବେ ୬ବର୍ଷର କାର୍ଯ୍ୟକାଳ ମଧ୍ୟରେ ଲତା ମଙ୍ଗେସକର କୌଣସି ଭତ୍ତା ନେଇ ନଥିଲେ। ୧୯୯୯ ନଭେମ୍ବର ୨୨ରୁ ୨୦୦୫ ନଭେମ୍ବର ୨୧ ପର୍ଯ୍ୟନ୍ତ ଲତା ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସାଂସଦ ଭାବେ ସରକାରୀ ରାଜକୋଷରୁ ତାଙ୍କୁ ମିଳିଥିବା ସମସ୍ତ ଅର୍ଥକୁ ସେ ଫେରସ୍ତ କରିଦେଇଥିବା ସୂଚନା ଅଧିକାର (ଆରଟିଆଇ) ତଥ୍ୟରୁ ଜଣାଯାଇଛି। ସାଂସଦ କାର୍ଯ୍ୟକାଳ ମଧ୍ୟ ଗୃହରେ ଅନୁପସ୍ଥିତ ରହିବାକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ୬ବର୍ଷର କାର୍ଯ୍ୟକାଳ ମଧ୍ୟରେ ସେ ମାତ୍ର ୧୨ ଥର ଗୃହକୁ ଅାସିଥିଲେ। ଏହି ସମୟରେ ସେ ରେଳ ଦୁର୍ଘଟଣାକୁ ନେଇ ଗୋଟିଏ ମାତ୍ର ଅଣ ତାରକା ପ୍ରଶ୍ନ ପଚାରିଥିଲେ। ସେ ବିଜେପି ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ମଧ୍ୟ କୌଣସି ରାଜନୈତିକ ଦଳର ସଦସ୍ୟ ନଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories