ବଲାଙ୍ଗୀର: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ହାତୀର ମୃତ୍ୟୁ ହୋଇଛି। ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଉପରଝରା ଘାଟିରେ ଏହି ଘଟଣା ଘଟିଛି। ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଅଞ୍ଚଳରେ ଅଧିକ ମକା ଚାଷ ହୋଇଥିଲା। ହାତୀଟି ମକା ଖାଇବାକୁ ଆସିଥିବା ବେଳେ ଏହି ଅଘଟଣ ହୋଇଥିବା ସନ୍ଦେହ କରାଯାଉଛି। ଘଟଣା ପରେ ବନ ବିଭାଗକୁ ଖବର ଦିଆଯାଇଛି।
Popular Categories



