www.samajalive.in
Sunday, December 14, 2025
15.1 C
Bhubaneswar

ବାଙ୍କୀ: ୩୭ ନମ୍ବର ଜିଲ୍ଲାପରିଷଦ ଜୋନରେ ବିଜେପି ଓ କଂଗ୍ରେସର ପ୍ରଚାର

ବାଙ୍କୀ: ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନ ୩୭ ନମ୍ବର ଜୋନରେ ବିଜେପି ଓ କଂଗ୍ରେସର ନିର୍ବାଚନ ପ୍ରଚାର କାର୍ଯ୍ୟ ତ୍ୱରାନ୍ୱିତ ହୋଇଛି। ରବିବାର ଅପରାହ୍ନରେ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥିନୀ ସଂଗୀତା ପ୍ରିୟଦର୍ଶିନୀ ସାହୁ ଶିମିଳିପୁର ପଞ୍ଚାୟତର କରବର ଗ୍ରାମରେ ଘର ଘର ବୁଲି ଭୋଟ୍‍ ଭିକ୍ଷା କରିଛନ୍ତି। ତାଙ୍କ ସହିତ ସରପଞ୍ଚ ପ୍ରାର୍ଥୀ ଗୁରୁବାରୀ ନାୟକ ଏବଂ ସମିତି ସଭ୍ୟା ପ୍ରାର୍ଥିନୀ କୁନିରାଣୀ ବେହେରା ସାମିଲ ହୋଇ ନିଜ ସପକ୍ଷରେ ଘର ଘର ବୁଲି ଭୋଟ୍‍ ଭିକ୍ଷା କରିଛନ୍ତି। ସମସ୍ତ ଯୁବ ପ୍ରାର୍ଥି ନିର୍ବାଚନରେ ପ୍ରଥମ କରି ପାଦ ରଖିଥିବାରୁ ଭୋଟରମାନଙ୍କୁ ନିଜ ସପକ୍ଷରେ ମତ ବଢାଇବା ପାଇଁ ସୁଯୋଗ ଭିକ୍ଷା କରିଛନ୍ତି। ବିନା ଦୁର୍ନୀତିରେ ରାଜନୀତିକୁ ସେବାରେ ପରିଣତ କରିବା ପାଇଁ ବିଜେପି ଜିଲ୍ଲାପରିଷଦ ପ୍ରାର୍ଥିନୀ ମୁଦା ରଖିଛନ୍ତି।

ସେହିପରି ରବିବାର ସକାଳେ ଏହି ଗ୍ରାମରେ କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥିନୀ କୁନି ପ୍ରଧାନ ଅନୁରୂପ ଭାବରେ ୩୭ ନମ୍ବର ଜୋନ୍‍ର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବରେ ଜାତୀୟ କଂଗ୍ରେସ ଚିହ୍ନରେ ଘର ଘର ବୁଲି ଭୋଟ ଭିକ୍ଷା କରିଛନ୍ତି। ଶିମିଳିପୁର ପଞ୍ଚାୟତର କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ବାବୁଲି ଦଳେଇ ଘର ଘର ବୁଲି ଭୋଟ୍‍ ଭିକ୍ଷା କରିଛନ୍ତି। ଶିମିଳିପୁର ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପାଇଁ କାର୍ଯ୍ୟ କରିବେ ବୋଲି ପ୍ରତିଶୃତି ଦେଉଥିବା ଜଣାପଡିଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories