www.samajalive.in
Wednesday, December 10, 2025
16.1 C
Bhubaneswar

ଭୂକମ୍ପରେ ଥରିଲା ରାଜଧାନୀ

ନୂଆଦିଲ୍ଲୀ: ଭୂମିକମ୍ପରେ ଥରିଲା ରାଜଧାନୀ ନୂଆଦିଲ୍ଲୀ । ଆଜି ଦିଲ୍ଲୀର ଏନସିଆରରେ ଭୂମିକମ୍ପ ହୋଇଛି । ସକାଳ ୯ଟା ୪୫ ମିନିଟରେ ଏହି ଭୂମିକମ୍ପ ହୋଇଥିଲା । ଦିଲ୍ଲୀ-ଏନସିଆରରେ ଲୋକମାନେ ପ୍ରାୟ ୧୫ରୁ ୨୦ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭବ କରିଥିଲେ । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୭ ରହିଥିବା ଜଣାପଡ଼ିଛି । ତେବେ ଭୂମିକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିପାରିନାହିଁ । ଖାଲି ରାଜଧାନୀ ଦିଲ୍ଲୀ ନୁହେଁ ଦିଲ୍ଳୀ ସହ ଜାମ୍ମୁ-କାଶ୍ମୀର ଓ ହରିଆଣାରେ ମଧ୍ୟ ଭୂମିକମ୍ପ ହୋଇଛି । ଜାମ୍ମୁ କାଶ୍ମୀରରେ ଭୂକମ୍ପର ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା । ନୋଏଡାର ଲୋକମାନେ ମଧ୍ୟ ଭୂକମ୍ପର ଅନୁଭବ କରିଥିଲେ। ଭୂମିକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ-ତାଜିକସ୍ତାନ ସୀମା ହୋଇଥିବା ସୂଚନା ମିଳିଛି ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories