www.samajalive.in
Monday, December 8, 2025
24.1 C
Bhubaneswar

ଦୁଇ ବାଇକ ମୁହାଁମୁହିଁ ଧକ୍କା ; ଜଣେ ଗୁରୁତର

ତେଲକୋଇ : ତେଲକୋଇ ଥାନା ଅନ୍ତର୍ଗତ ତେଲକୋଇ-ଜଗମୋହନପୁର ପୂର୍ତ୍ତ ବିଭାଗ ରାସ୍ତାର ହନୁମତିଆ ପୋଲ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଧକ୍କା ରେ ଦେବଗଡ ଜିଲ୍ଲା ତିଲେଇବଣି ଗ୍ରାମ ର କ୍ଷିରୋଦ ପ୍ରଧାନ ଗୁରୁତର ହୋଇଛନ୍ତି। ଘଟଣା ଅନୁଯାୟୀ ଦେବଗଡ ଜିଲ୍ଲାର ତିଲେଇବଣି ଗ୍ରାମର କ୍ଷିରୋଦ ପ୍ରଧାନ ଏବଂ କୈଳାସ ଗ୍ରାମ ର ସରତ ଜାନି ତେଲକୋଇ ବ୍ଳକ ସିରିଗିଡ଼ା ପଞ୍ଚାୟତର କୁଣ୍ଢେଇହତା ଗ୍ରାମ କୁ ସମ୍ପର୍କିୟ ଙ୍କ ଘରକୁ ଆସୁଥିଲେ। ତେଲକୋଇ ହନୁମତିଆ ପୋଲ ନିକଟରେ ସାମ୍ନା ପଟୁ ଏକ ମୋଟରସାଇକେଲ ଆସି ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇଜଣ ପଡିରହିଥିବା ବେଳେ ରାସ୍ତାରେ ଯାଉଥିବା ଯାତ୍ରୀମାନେ ଦମକଳ ବାହିନୀକୁ ସୁଚନା ଦେଇଥିଲେ। ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ତେଲକୋଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିିଥିବା ବେଳେ କ୍ଷିରୋଦଙ୍କ ଅବସ୍ଥା ଗୁରୁତର ଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ର କୁ ସ୍ଥାନାନ୍ତରିତ କରାଯାଇଛି। ତେବେ ସାମ୍ନା ରୁ ଧକ୍କା ଦେଇଥିବା ବାଇକ ଆରୋହୀ ଆହତ ହୋଇଥିଲେ ହେଁ ସେଠାରୁ ଉଠି ଫେରାର ହୋଇଯାଇଥିବା ଆହତ ସରତ ସୂଚନା ଦେଇଛନ୍ତି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories