www.samajalive.in
Monday, December 8, 2025
13.1 C
Bhubaneswar

ଛତ୍ରଙ୍ଗ ପଞ୍ଚାୟତରେ ନିର୍ବାଚନ ତାତି

ହରଭଙ୍ଗା; ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ରାଜନୈତିକ ମାହୋଲ ସୃଷ୍ଟି ହୋଇଛି।କେଉଁଠି ପ୍ରାର୍ଥୀମାନଙ୍କୁ ନେଇ ଚା ଖଟିରେ ଲାଭ କ୍ଷତି ଆଲୋଚନ ହେଉଛି । ଆଉ କେଉଁଠି ପ୍ରାର୍ଥୀତ୍ୱକୁ ନେଇ ବିଚାରବିମର୍ଷ ଚାଲିଛି । ଏସବୁ ଭିତରେ ଚଳିତନିର୍ବାଚନ ସ୍ଥିତି ପରଖିବା ପାଇଁ ଆମେ ପଂହଚିଥିଲୁ ହରଭଙ୍ଗା ବ୍ଲକର ହରିଜନ/ଆଦିବାସୀ ବହୁଳ ଛତ୍ରଙ୍ଗ ପଂଚାୟତରେ। କେତୋଟି ଗାଁ ବୁଲିବା ପରେ ଭୋଟରଙ୍କ ମତାମତ ମଧ୍ୟ ନେଇଥିଲୁ।୫ବର୍ଷରେ ହୋଇଥିବା ଗାଁର ବିକାଶ ,ସମସ୍ୟା କଥା ପଚରାଉଚରା ପରେ ଅନେକ କଥା ସେମାନଙ୍କ ମୁହଁରୁ ଶୁଣିଥିଲୁ।୧୯୯୨ ମସିହାରେ ୧୯ ଗୋଟି ରାଜସ୍ୱ ଗ୍ରାମକୁ ନେଇ ଗଠିତ ହୋଇଥିଲା ଛତ୍ରଙ୍ଗ ଗ୍ରାମପଂଚାୟତ।ଏହି ପଂଚାୟତରୁ ୬ଜଣ ସରପଂଚ ନିର୍ବାଚିତ ହୋଇଛନ୍ତି।ଅଭିମନ୍ୟୁ ରାଉତ ଏହି ପଂଚାୟତର ପ୍ରଥମ ସରପଂଚଭାବେ ନିର୍ବାଚିତ ହୋଇଥିଲେ।ପଂଚାୟତ ଗଠନକୁ ୩୦ବର୍ଷ ପୂର୍ତୀ ହୋଇଥିଲେ ମଧ୍ୟ ଏବେ ବି ବହୁ ଗାଁକୁ ରାସ୍ତା,ପାଣି,ଶିକ୍ଷା ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ଅପହଂଚ ହୋଇରହିଛି।ବର୍ତମାନ ଏହି ପଂଚାୟତରେ ୧୨୫୯ ପରିବାରରେ ୫୧୬୫ ଲୋକ ବସବାସ କରନ୍ତି।ସେଥିରୁ ଅନୁସୂଚିତ ଜାତି ଲୋକସଂଖ୍ୟା-୧୩୮୬, ଅନୁସୂଚିତଜନ ଜାତି ଲୋକ ସଂଖ୍ୟା-୧୬୭୧ ଏବଂ ଅନ୍ୟାନ୍ୟ ବର୍ଗର ୨୧୦୮ ଜଣ ଲୋକ ସଂଖ୍ୟା ରହିଥିବାବେଳେ ୩୯୫୪ ଭୋଟର ଚଳିତ ନିର୍ବାଚନରେ ମତସାବ୍ୟସ୍ତ କରିବେ ବୋଲି ସୂଚନା ମିଳିଛି।

ଚଳିତ ନିର୍ବାଚନରେ ସରପଂଚ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ୮ଜଣ ସରପଂଚ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନକୁ ଓହ୍ଲେଇଛନ୍ତି। ପୂର୍ବତନ ସରପଂଚ ଶୁଶିଲ ପ୍ରଧାନଙ୍କ ମାଆ ବିନୋଦିନୀ ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପଟେ ପୂର୍ବତନ ସରପଂଚ ବିରଜା ରାଉତ,ଦୀପ୍ତିମୟୀ ପ୍ରଧାନ ସରପଂଚ ପାଇଁ ପ୍ରାର୍ଥୀ ହୋଇଛନ୍ତି । ଦୁଇ ଜଣ ପୂର୍ବତନ ସରପଂଚ ପ୍ରାର୍ଥୀ ହୋଇଥିବା ବେଳେ ଗତଥରର ସରପଂଚ ଶୁସିଲଙ୍କ ମାଆ ମଧ୍ୟ ସଂରପଂଚ ପ୍ରାର୍ଥୀ ହୋଇଛନ୍ତି । ଅନ୍ୟପଟେ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ଧର୍ମପନ୍ତ୍ରୀ ଚନ୍ଦ୍ରପ୍ରଭା ସରପଂଚ ପାଇଁ ପ୍ରାର୍ଥୀତ୍ୱ ପରେ ଏଠାରେ ସରପଂଚ ନିର୍ବାଚନରେ ଘମାଘୋଟ ଲଢେଇ ହେବ ବୋଲି ପୂର୍ବାନୁମାନ କରାଯାଉଛି।ଅନ୍ୟପଟେ ପ୍ରଜ୍ଞାପରମିତା ଭଳି ଜଣେ ଉଚ୍ଚଶିକ୍ଷିତା ପ୍ରାର୍ଥୀ ମଧ୍ୟ ହୋଇଥିବାବେଳେ ଉଲ୍ଲାସ ମଲ୍ଲିକ,କମଳା ବେହେରା ଏବଂ ବିରଜାପ୍ରଭା ରାଉତ ସରପଂଚ ପ୍ରାର୍ଥୀଭାବେ ମଇଦାନକୁ ଓହ୍ଲେଇଛନ୍ତି।୯ନଂ ଜିଲ୍ଲାପରିଷଦ ଜୋନର ଛତ୍ରଙ୍ଗ ପଂଚାୟତ ସରପଂଚ ଆସନ ପାଇଁ ଆଠଜଣ ପ୍ରାର୍ଥୀତ୍ୱ କରୁଥିବାବେଳେ ୪ଜଣ ରାଜନୈତିକ ପରିବାର ପ୍ରାର୍ଥୀ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି କୁହାଯାଉଛି।ମାତ୍ର ଭୋଟରମାନେ କେଉଁଭଳି ପ୍ରାର୍ଥୀଙ୍କୁ ନିର୍ବାଚିତ କରୁଛନ୍ତି ତାକୁ ନେଇ ବିଚାରବିମର୍ଷ ମଧ୍ୟ ଚାଲିଛି।

Hot this week

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

Related Articles

Popular Categories