www.samajalive.in
Thursday, December 11, 2025
14.1 C
Bhubaneswar

ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଊଦଘାଟିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ସଦରମହକୁମା ସ୍ଥିତ ପେଟ୍ରୋଲ ପମ୍ପ ପାଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇ ଅସ୍ଥାୟୀ ଭାବରେ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟ ଉଦଘାଟିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଜନତାପାର୍ଟିର ପୂର୍ବତନ ଜିଲ୍ଲା ସଭାପତି ଶିବଶଙ୍କର ଉଲ୍ଲକା ଓ ଜିଲ୍ଲା ମହିଳା ମୋର୍ଚ୍ଛା ସଭାପତି ରଞ୍ଜନା ଉପାଧୟ, ରାଜ୍ୟ କରାଣୀ ସଦସ୍ୟ ଜେ ବାବୁ ରାଓ, ଜିଲ୍ଲା ସମ୍ପାଦକ କୃଷ୍ଣ ସାମଲ, ଜିଲ୍ଲା ପରିଷଦ ପ୍ରାଥି ଅନୁସାୟା ନୀଳଗିରି ଆନୁଷ୍ଟାନିକ ଭାବେ ଯୋଗଦେଇ ଶୁଭ ଊଦଘାଟନ କରିଥିଲେ। ଏହାପରେ ନିର୍ବାଚନ ପ୍ରଚାର ମଈଦାନରେ ଜୋର ସୋର ପ୍ରଚାର ପାଇଁ ଓହ୍ଲାଇଛନ୍ତି ଭାରତୀୟ ଜନତା ପାର୍ଟିର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନୁସାୟା ନୀଳଗିରି।

ପ୍ରଥମେ ମନ୍ଦିରରେ ପୂଜା ଅର୍ଚ୍ଚନା କରି ଏଥର ଓବିସି ଆସନଥିବାରୁ କଲ୍ୟାଣସିଂହପୁର “ଖ” ଜୋନ ପାଇଁ ଭାରତୀୟ ଜନତାପାର୍ଟି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ଅନୁସାୟା ନୀଳଗିରି। କେନ୍ଦ୍ର ସରକାର ନରେନ୍ଦ୍ର ମୋଦିଙ୍କ ସୁଃଶାସନ ଓ ଲୋକାଭିମୁଖୀ ଯୋଜନାକୁ ନେଇ ଲୋକଙ୍କ ପାଖରେ ପହଞ୍ଚି ଭୋଟ ଭିକ୍ଷା କରିଛନ୍ତି। ବିଜୁଜନତା ଦଳର ପ୍ରାର୍ଥୀ ଭୁମି ମାଧବ ରାଓଙ୍କ ସ୍ତ୍ରୀ ଭୂମି ଗୌରୀ ଦେବୀ ମଧ୍ୟ ନିଜର ସମର୍ଥକଙ୍କୁ ଧରି ପ୍ରଚାରରେ ଲାଗିପଡିଥିବା ଦେଖିବାକୁ ମିଳିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories