www.samajalive.in
Wednesday, December 10, 2025
26.1 C
Bhubaneswar

ଡମକୁଡ଼ାରେ ବିରଳ ଗରୁଡ଼ ପକ୍ଷୀ ଉଦ୍ଧାର, ସ୍ବୀକାର କଲା ବନ ବିଭାଗ

ସୁନ୍ଦରଗଡ଼: ପୌରାଣିକ କିମ୍ବଦନ୍ତିରେ ଗରୁଡ଼ ପକ୍ଷୀ ସୀତା ହରଣ ସମୟରେ ଏକ ବିଶେଷ ଭୂମିକା ନିର୍ବାହ କରିଥିବାରୁ ପକ୍ଷୀର ଦର୍ଶନ ଓ ଏହି ପକ୍ଷୀକୁ ଲୋକେ ଶୁଭ ସଙ୍କେତ ବୋଲି ମାନିଥାନ୍ତି। ସବଡେଗା ବନ ସେକ୍‌ସନ ଅନ୍ତର୍ଗତ ଡମକୁଡ଼ା ଆଦିବାସୀପଡ଼ାରେ ଆଜି ଏକ ବିରଳ ପ୍ରଜାତିର ଗରୁଡ଼ ପକ୍ଷୀ ଉଦ୍ଧାରକୁ ନେଇ ସମଗ୍ର ଅଞ୍ଚଳ​ରେ ଚର୍ଚ୍ଚାର ବିଷୟ ହୋଇଛି। ସ୍ଥାନୀୟ ଲୋକେ ଏହାକୁ ଗରୁଡ଼ ପକ୍ଷୀ ବୋଲି ଜାଣିବା ପରେ ଫୁଲ, ଚନ୍ଦନ ଦେଇ ପୂଜାପାଠ ଆରମ୍ଭ କରିବାରୁ ସମଗ୍ର ଅଞ୍ଚଳ ଲୋକାରଣ୍ୟ ହୋଇପଡ଼ିଥିଲା। ମିଳିଥିବା ସୂତ୍ରରୁ ପ୍ରକାଶ, ଆଜି ସକାଳେ ଡମକୁଡ଼ା ଗ୍ରାମର ଆଦିବାସୀପଡ଼ାର ଶିବଲାଲ ଡନସନାଙ୍କ ବାରିପଟେ ଏହି ପକ୍ଷୀଟି ପ୍ରଥମେ ଦୃଷ୍ଟିଗୋଚର ହୋଇଥିଲା। ତୁରନ୍ତ ଶହ ଶହ ଲୋକ ଏହାକୁ ଦେଖିବା ପାଇଁ ଭିଡ଼ ଜମାଇବା ସହ ପୂଜାର୍ଚ୍ଚନା କରିଥିଲେ। ପରେ ଗ୍ରାମବାସୀମାନେ ଏହି ପକ୍ଷୀକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ି ଦେଇଥିଲେ। ଏ ସଂପର୍କରେ ସବଡେଗା ବନପାଳ ଅନିଲ କୁମାର ପୁରୋହିତଙ୍କୁ ଯୋଗାଯୋଗ କରାଯିବାରୁ ଉକ୍ତ ଗରୁଡ଼ ପକ୍ଷୀ ଏ ଅଞ୍ଚଳରେ ବିରଳ କହିବା ସହ ଏହା ଗରୁଡ଼ ପକ୍ଷୀ ବୋଲି ସ୍ବୀକାର କରିଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories