www.samajalive.in
Wednesday, December 10, 2025
26.1 C
Bhubaneswar

ପୁଣି ମାତିଲେ ଚୋର, ପତଞ୍ଜଳି ଦୋକାନରୁ ଲକ୍ଷାଧିକ ଟଙ୍କା ନେଇଗଲେ

ବଲାଙ୍ଗିର: ବଲାଙ୍ଗିର ମହିଳା ମହାବିଦ୍ୟାଳୟ ଛକରେ ଶିବରାମ ପଣ୍ଡାଙ୍କର ପତଞ୍ଜଳି ଦୋକାନ ରହିଛି। ମଙ୍ଗଳବାର ରାତି ପ୍ରାୟ ୯ଟା ବେଳେ ସେ ଦୋକାନର ସଟର୍‍ ପକାଇବା ସହ ତାଲା ମାରି ଘରକୁ ଯାଇଥିଲେ। ବୁଧବାର ସକାଳେ ତାଙ୍କ ଦୋକାନ ସମ୍ମୁଖରେ ନିୟମିତ ବସାଉଥିବା ଉଠା ପରିବା ଦୋକାନୀ ଫୋନ କରି ଶିବରାମଙ୍କୁ କହିଥିଲେ ଯେ ଦୋକାନ ଖୋଲା ରହିଛି। ସାଢେ ୬ଟା ବେଳେ ଶିବରାମ ଆସି ଦେଖିଲା ବେଳକୁ ସଟର୍‍ରୁ ୨ଟି ତାଲା ଭଙ୍ଗା ଯାଇଛି। ତାଙ୍କ କହିବା ଅନୁସାରେ, ଦୋକାନରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ରହିଥିଲା। ଏଥିସହିତ ବୁଧୁବାର ଅଧିକ ସାମଗ୍ରୀ ଆସିବାର ଥିଲା। ତେଣୁ ସେ ଦୋକାନରେ ୨ ଲକ୍ଷ ଟଙ୍କା ରଖିଥିବା କହିଛନ୍ତି ଶିବରାମ। ସହରାଞ୍ଚଳ ଥାନାରେ ଏସଂପର୍କରେ ସେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ କେ.ପ୍ରିୟଙ୍କା ରାଉତରାୟ ସଦଳବଳ ଘଟଣାସ୍ଥଳକୁ ଯାଇଥିଲେ। ପରିସ୍ଥିତି ଅନୁଧ୍ୟାନ କରିବା ସହ ସାଇଣ୍ଟିଫିକ୍‍ ଦଳକୁ ମଧ୍ୟ ଡକା ଯାଇଥିଲା ଆବଶ୍ୟକୀୟ ନମୂନା ସଂଗ୍ରହ ପାଇଁ। ପୁଲିସ ଏକ ମାମଲା ରୁଜୁ କରିଥିବା ବେଳେ ତଦନ୍ତ ଚଳାଇଥିବା କହିଛନ୍ତି ଥାନା ଅଧିକାରୀ ଶ୍ରୀମତୀ ରାଉତରାୟ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories