www.samajalive.in
Saturday, December 13, 2025
15.1 C
Bhubaneswar

କୋଭିଡ ମୃତକଙ୍କୁ ସହାୟତା, ୭୨ଜଣଙ୍କୁ ୩୬ଲକ୍ଷ ଟଙ୍କା ପ୍ରଦାନ

ଆଠଗ: ସର୍ବୋଚ୍ଚ ନ୍ୟାୟାଳୟ ୨୦୨୦ରୁ ଅଦ୍ୟାବଧି କୋଭିଡ-୧୯ ମହାମାରୀରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେବା ପରେ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଆଠଗଡ଼ ତହସିଲ ଅଞ୍ଚଳର ମୋଟ ୭୨ଜଣ ମୃତକଙ୍କ ପରିବାର ବର୍ଗଙ୍କୁ ୫୦ହଜାର ଟଙ୍କା ଲେଖାଏଁ ମୋଟ ୩୬ଲକ୍ଷ ଟଙ୍କା ସହାୟତା ରାଶି ବଣ୍ଟନ କରାଯାଇଛି। କଟକ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରୁ ଏକ ୪୦ଜଣିଆ ମୃତକଙ୍କ ଅଡିଟ୍‍ ହୋଇଥିବା ତାଲିକା ଆଠଗଡ଼ ତହସିଲକୁ ଆସିଥିଲା। ସେଥିମଧ୍ୟରୁ ୧୯ଜଣଙ୍କୁ ୫୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବାବେଳେ ଅନ୍ୟ ଜଣଙ୍କର କାଗଜପତ୍ର ଯାଞ୍ଚ କରାଯାଉଛି ବୋଲି ତହସିଲଦାର ପ୍ରିୟବ୍ରତ ଦାସଙ୍କ ସୁତ୍ରରୁ ପ୍ରକାଶ। ବାକି ଏହି ତାଲିକାରୁ ଆଉ ୨୦ଜଣ ଅନ୍ୟ ତହସିଲର ହୋଇଥିବାରୁ ସେଗୁଡିକୁ ସିଡିଏମଓଙ୍କ କାର୍ଯ୍ୟାଳୟକୁ ଫେରାଇ ଦିଆଯାଇଛି। ଏତଦ୍‍ବ୍ୟତୀତ ଅନ୍ୟ ୫୩ଜଣ କୋଭିଡ ମୃତକଙ୍କ ପରିବାର ପକ୍ଷରୁ ବ୍ୟକ୍ତଗତ ଭାବେ ସହାୟତା ପାଇଁ ଆଠଗଡ଼ ତହସିଲକୁ ଅନଲାଇନ ଆବେଦନ କରାଯାଇଥିଲା। ସମସ୍ତ ୫୩ ଜଣଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ପରେ ସେମାନଙ୍କୁ ୫୦ହଜାର ଲେଖାଏଁ ସହାୟତା ରାଶି ବଣ୍ଟନ କରାଯାଇଥିବା ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories