www.samajalive.in
Saturday, December 13, 2025
21.1 C
Bhubaneswar

ଉପଖଣ୍ଡ ସ୍ତରରେ କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଙ୍କୀ: ବାଙ୍କୀ ଉପଖଣ୍ଡରେ ନିଷ୍ଠାପର ଭାବରେ କୋଭିଡ ନିୟନ୍ତ୍ରଣ କରିବାରେ କାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଏବଂ ସଫେଇ କର୍ମଚାରୀମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ କୋଭିଡ କାର୍ଯ୍ୟକ୍ରମରେ ସାମିଲ ହୋଇ ଜନସାଧାରଣଙ୍କୁ ଏହି ସଂକ୍ରମଣ ଦାଉରୁ ରକ୍ଷା କରିଛନ୍ତି। ଏଣୁ ସାଧାରଣତନ୍ତ୍ର ଦିବସ ଅବସରରେ ବାଙ୍କୀ ଉପଖଣ୍ଡରେ କୋଭିଡ ନିୟନ୍ତ୍ରଣ କରିବାରେ କାର୍ଯ୍ୟ କରିଥିବା ସ୍ୱାସ୍ଥ୍ୟକର୍ମୀ, ଆଶା କର୍ମୀ ଏବଂ ସଫେଇ କର୍ମଚାରୀମାନଙ୍କୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସମ୍ମୁଖ ଯୋଦ୍ଧା ଭାବରେ ସମ୍ବର୍ଦ୍ଧିତ ଓ ସମ୍ମାନିତ କରାଯାଇଛି। ବାଙ୍କୀ ଉପଜିଲାପାଳ ରଞ୍ଜନ କୁମାର ଜେନା ୨୦ଜଣ ସମ୍ମୁଖ ଯୋଦ୍ଧାଙ୍କୁ ପ୍ରଶଂସାପତ୍ର ସହ ଉପଢ଼ୌକନ ଓ ଫୁଲତୋଡା ଦେଇ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନାକ୍ରମରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପ୍ରଭାତ ଚନ୍ଦ୍ର ଦାସ, ସେବିକା ପ୍ରଭାସିନୀ ପଣ୍ଡା, ତନୁବାଳା ସାହୁ, ନିଶିକାନ୍ତ ରାଉତରାୟ, ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ମୋନାଲିଶା ରାଉତରାୟ, ଡାକ୍ତର ଇନ୍ଦିରା ପ୍ରିୟଦର୍ଶିନୀ, ଆଶିଷ କୁମାର ବିଭୂତିରାୟ, ସ୍ୱାସ୍ଥ୍ୟ ପରିଦର୍ଶକ ସୁଦର୍ଶନ ସାହୁ, ଡମପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଡାକ୍ତର ନିଲିପ୍ତା ମହାନ୍ତି, ଆଶା ସାଥୀ ସୁଜତା ସାହୁ, ଶରତ ଚନ୍ଦ୍ର ମୁଳିଆ, ସ୍ୱାସ୍ଥ୍ୟକର୍ମୀ ଅଶୋକ କୁମାର ମହାପାତ୍ର, ଅଙ୍ଗନବାଡିକର୍ମୀ ସକୁନ୍ତଳା ସାହୁ, ବିଳାସିନୀ ମହାପାତ୍ର, ଆରତୀ ସାମଲ, ଲିପିକା ତ୍ରିପାଠୀ, ଉପଆରକ୍ଷୀ ନିରିକ୍ଷକ ମଧୁସ୍ମିତା ବେହେରା, ସହକାରୀ ଉପନିରିକ୍ଷକ ସମୀର କୁମାର ଲେଙ୍କା, ସଫେଇ କର୍ମୀଚାରୀ ପିତବାସ ନାୟକ ଓ କିଶାନ୍ ନାୟକ ଯଥାକ୍ରମେ ସମ୍ବର୍ଦ୍ଧିତ ହୋଇଛନ୍ତି। ସମ୍ବର୍ଦ୍ଧନା କାର୍ଯ୍ୟକ୍ରମକୁ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାଳିଚରଣ ତ୍ରିପାଠୀ ପରିଚାଳନା କରିଥିଲେ।

Hot this week

ଭାରସ୍ୟାମ ହରାଇ ବାଇକ ଦୁର୍ଘଟଣା ଜଣେ ମୃତ

ପାଟଣା - ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର...

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories