ନବରଙ୍ଗପୁର : ନବରଙ୍ଗପୁର ସହରର ଭାଟିଶାଳଗୁଡାରୁ ଏକ ଟ୍ରାକ୍ଟର ଚୋରୀହୋଇଥିବା ନେଇ ନବରଙ୍ଗପୁରଥାନାରେ ଏତଲା ଦିଆଯାଇଛି । ଏହି ଅଞ୍ଚଳରେ ରହୁଥିବା ସୌଦାମିନି ବେହେରା, ପିତା ବାସୁଦେବ ବେହେରାଙ୍କର ଲାଲ ରଙ୍ଗର ମହିନ୍ଦ୍ରା ଟ୍ରାକ୍ଟର ନମ୍ବର- ଓଡି୨୪ଡି ୬୮୧୫ କୁ ଶୁକ୍ରବାର ରାତ୍ରରେ କେହି ଚୋରୀ କରି ନେଇଛି । ତାଙ୍କ ଘରେ ଟ୍ରାକ୍ଟର ଚାବି ଓ ପିନ ରହିଛି । ସରୁଗୁଡାର ଜଣେ ଲୋକ ମୁହଁ ଘୋଡେଇ ଆସିଥିବାବେଳେ ଚିକେନ ପୋକଡା ବିକୁଥିବା ଅନ୍ୟଜଣେ ପିଲାକୁ ସେ ସନ୍ଦେହ କରୁଥିବା ଏତଲାରେ ଉଲ୍ଲେଖ କରିଛନ୍ତି । ଏସଂର୍କରେ ସେ ଥାନା ଅଧିକାରୀ ତାରିକ ଅହମ୍ମଦଙ୍କୁ ଭେଟି ଘଟଣା ସଂପର୍କରେ ଜଣାଇବା ସହ ଏତଲା ଦେଇଛନ୍ତି । ଥାନାରେ ମାମଲା ରୁଜୁ କରାଯାଇଥିବାବେଳେ ସବ୍ଇନ୍ସପେକ୍ଟର ରାକେଶ ବେହେରାଙ୍କୁ ତଦନ୍ତ ଦାୟୀତ୍ୱ ଦିଆଯାଇଛି।
Popular Categories



